ଅନଲାଇନ୍ ଗେମ୍ ନେଲା ଜୀବନ: ହସ୍ପିଟାଲ ଭିତରେ ଜୀବନ ହାରିଲେ ନର୍ସିଂ ଛାତ୍ର
ବାଲେଶ୍ଵର : ଅନଲାଇନ୍ ଗେମ୍ ନେଲା ଜୀବନ । ଝୁଲିପଡ଼ିଲେ ନର୍ସିଂ ଛାତ୍ର । ମୃତ ଯୁବକ ଜଣକ ବାଲେଶ୍ଵର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଭିତରେ ଜୀବନ ହାରିଛନ୍ତି । ମୃତ ଛାତ୍ର ହେଉଛନ୍ତି ୨୦ ବର୍ଷୀୟ ରୌମ୍ୟ ରଞ୍ଜନ ସାମଲ । ସେ BSC ନର୍ସିଂ ପଢୁଥିଲେ ।
ଗତକାଲି ରାତିରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ସର୍ଜରୀ ୱାର୍ଡର ଡ୍ରେସିଂ ରୁମରେ ଫ୍ୟାନରେ ଝୁଲନ୍ତା ଅବସ୍ଥାରେ ଦେଖିବାକୁ ପାଇଥିଲେ କର୍ମଚାରୀ । ପରେ ତାଙ୍କୁ ମେଡିକାଲ କର୍ମଚାରୀ ମାନେ ଗୁରୁତର ଭାବରେ ଝୁଲନ୍ତା ଅବସ୍ଥାରେ ଫ୍ୟାନରୁ ତଳକୁ ଓହ୍ଲାଇଥିଲେ । ରୌମ୍ୟରଞ୍ଜନଙ୍କ ବାପା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ଜଣେ କର୍ମଚାରୀ । ଏକ ମାତ୍ର ପୁଅକୁ ହରାଇ ପରିବାର ଲୋକେ ଦୁଃଖରେ ଭାଙ୍ଗିପଡିଛନ୍ତି । ତେବେ ଯୁବକ ଜଣକ ଅନ ଲାଇନ୍ ଗେମ୍ ଖେଳି ଅର୍ଥ ହରାଇ ଜୀବନ ହାରିଛନ୍ତି ନା ଆଉ କଣ କାରଣ ରହିଛି । ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରୁଛି ।
