ଅନ୍ତର୍ଜାତୀୟ ଜର୍ଣ୍ଣାଲ ଡାଟାବେସରେ ତାଲିକାଭୁକ୍ତ ହେଲା କିମସ ଜର୍ଣ୍ଣାଲ

ଭୁବନେଶ୍ବର: ଶିକ୍ଷାଗତ ଏବଂ ଗବେଷଣା କାର୍ଯ୍ୟକଳାପକୁ ଆଗକୁ ନେବା ପାଇଁ କିମସ ପକ୍ଷରୁ ପ୍ରକାଶିତ ମେଡ଼ିକାଲ ଜର୍ଣ୍ଣାଲ ଜର୍ଣ୍ଣାଲ୍ ଅଫ୍ ଇଣ୍ଟିଗ୍ରେଟିଭ୍ ମେଡିସିନ୍ ଆଣ୍ଡ୍ ରିସର୍ଚ୍ଚ ଅନ୍ତର୍ଜାତୀୟ ଖ୍ୟାତି ସମ୍ପନ୍ନ ଡାଇରେକ୍ଟୋରୀ ଅଫ୍ ଓପନ୍ ଆକ୍ସେସ୍ ଜର୍ଣ୍ଣାଲ୍ସରେ ସ୍ଥାନିତ ହୋଇଛି ।  କିମସ ଶିଶୁରୋଗ ବିଶେଷଜ୍ଞ ତଥା ଜର୍ଣ୍ଣାଲ୍ ଅଫ୍ ଇଣ୍ଟିଗ୍ରେଟିଭ୍ ମେଡିସିନ୍ ଆଣ୍ଡ୍ ରିସର୍ଚ୍ଚର ସମ୍ପାଦକ ପ୍ରଫେସର ନିର୍ମଳ କୁମାର ମହାକୁଡ, ପୂର୍ବତନ ସମ୍ପାଦକ ପ୍ରଫେସର ପ୍ରଶାନ୍ତ ପଧାନ ଓ ସହକାରୀ ପ୍ରଫେସର ଗୀତାଚାନ୍ଦ ଆଚାର୍ଯ୍ୟ ପରିଚାଳନା ସମ୍ପାଦକଙ୍କ ମିଳିତ ପ୍ରୟାସରେ ଏହି ଜର୍ଣ୍ଣାଲଟି ପ୍ରକାଶ ପାଇବା ସହ ଡାଇରେକ୍ଟୋରୀ ଅଫ୍ ଓପନ୍ ଆକ୍ସେସ୍ ଜର୍ଣ୍ଣାଲ୍ସରେ ସ୍ଥାନ ପାଇଛି ।  ବିଶ୍ୱସ୍ତରୀୟ ମାନ୍ୟତା ପାଇବାରେ କିମସର ଏହି ଚିକିତ୍ସା ଜର୍ଣ୍ଣାଲ ଓଡ଼ିଶାର ପ୍ରଥମ ଚିକିତ୍ସା ଜର୍ଣ୍ଣାଲ ହେବାର ଗୌରବ ଅର୍ଜନ କରିଛି ।

ଡାଇରେକ୍ଟୋରୀ ଅଫ୍ ଓପନ୍ ଆକ୍ସେସ୍ ଜର୍ଣ୍ଣାଲସ ଇଣ୍ଡେକ୍ସ ଆନ୍ତର୍ଜାତୀୟ ଦୃଶ୍ୟମାନତା, ବିଶ୍ୱସନୀୟତା ଏବଂ ବିଶ୍ୱବ୍ୟାପୀ ବିଦ୍ୱାନ, ଗବେଷକ ଏବଂ ସ୍ୱାସ୍ଥ୍ୟସେବା ବୃତ୍ତିଗତଙ୍କ ମଧ୍ୟରେ ବେଶ ଆଦୃତ ହୋଇଆସିଛି। ବହୁ ବିଶେଷଜ୍ଞ ଓ ଗବେଷକ ଏଥିରୁ ବିଶେଷ ଉପକୃତ ହୋଇଥାନ୍ତି ।  କିମସର ଏହି ଜର୍ଣ୍ଣାଲ ଜାନୁଆରୀ ୨୦୨୩ ରେ ଏକ ତ୍ରୈମାସିକ ପ୍ରକାଶନ ଭାବରେ ଆରମ୍ଭ ହୋଇଥିଲା ।  ଉଚ୍ଚ ଶୈକ୍ଷିକ ତର୍ଜମା ସହିତ ଦଶଟି ନିରନ୍ତର ସଂଖ୍ୟା ସଫଳତାର ସହ ପ୍ରକାଶ କରିବା ପରେ ଏହା ଭାବରେ ଡାଇରେକ୍ଟୋରୀ ଅଫ୍ ଓପନ୍ ଆକ୍ସେସ୍ ଜର୍ଣ୍ଣାଲ୍ସରେ ସ୍ଥାନିତ ହେବା ପାଇଁ ଆବେଦନ କରି ଅନୁମୋଦନ ପାଇଥିଲା ।

ଏହି ସଫଳତା ପାଇଁ କିଟ, କିସ ଓ କିମସ ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତ, ଡା ନିର୍ମଳ ମହାକୁଡଙ୍କ ସମେତ ଜର୍ଣ୍ଣାଲର ସମ୍ପାଦନାମଣ୍ଡଳୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ।  ଅପରପକ୍ଷରେ ଏହି କାର୍ଯ୍ୟ ପାଇଁ ଉତ୍ସାହିତ କରିଥିବାରୁ ସମ୍ପାଦନାମଣ୍ଡଳୀ ମଧ୍ୟ ଶ୍ରୀ ସାମନ୍ତଙ୍କୁ କୃତଜ୍ଞତା ଜଣାଇଛନ୍ତି ।

Spread the love