ଅନ୍ତର୍ଜାତୀୟ ନିର୍ବାଚନ ମୈଦାନରେ ଲିଟିଲ ମିସ ପଦ୍ମାଳୟା ନନ୍ଦ, ୧୬ ଜାନୁଆରୀ ଜେନେଭାରୁ ଘୋଷଣା ହେବ ନିର୍ବାଚନ ପଳାଫଳ

୨୦୧୭ ମସିହାରେ ପ୍ରଥମ ଭାରତୀୟ ଭାବେ ଦେଶ ପାଈଁ ମୁକୁଟ ଜିତି ଆଣିଥିବା ଲିଟିଲ ମିସ ୟୁନିଭର୍ସ ଇଣ୍ଟରନେଟ ପଦ୍ମାଳୟା ନନ୍ଦ ଆଊ ଏକ ଅନ୍ତର୍ଜାତୀୟ ସଫଳତା ପାଇଁ ପ୍ରସ୍ତୁତ ହେଉଛନ୍ତି  |  ଏଥିପାଇଁ ସେ ଆଉ ଏକ ଅନ୍ତର୍ଜାତୀୟ ନିର୍ବାଚନ ମୈଦାନରେ ଅବତୀର୍ଣ୍ଣ ହୋଇଛନ୍ତି  |  ଜାତିସଙ୍ଘ ସହ ବନ୍ଧିତ ଅନୁଷ୍ଠାନ ୱାଇଜମ୍ୟାନ ଇଣ୍ଟରନେସନାଲ ର ଅନ୍ତର୍ଜାତୀୟ ଯୁବ ପ୍ରତିନିଧି (ଆଇ. ୱାଇ.ଆର) ୨୦୨୬-୨୮ ପଦବୀ ପାଇଁ ସେ ପୃଥିବୀର ୪ ଜଣଙ୍କ ମଧ୍ୟରେ ମନୋନୀତ ହେବାର ଗୌରବ ଅର୍ଜନ କରି ଏବେ ନିର୍ବାଚନ ମୈଦାନରେ ଅବତୀର୍ଣ୍ଣ ହୋଉଛନ୍ତି  |

ଏଥିପାଇଁ ବିଶ୍ଵାବ୍ୟାପୀ ନେତୃବୃନ୍ଦଙ୍କ ଅନଲାଇନ ଭୋଟିଙ୍ଗ ଗତ ଜାନୁୟାରୀ ୧୬ ତାରିଖରେ ଶେଷ ହୋଇ ୪ ପ୍ରତିଯୋଗୀଙ୍କ ଭାଗ୍ୟ ସିଲ ହୋଇଛି  |  ୧୬ ଜାନୁଆରୀ ରେ ୱାଇଜମ୍ୟାନ ଇଣ୍ଟରନେସନାଲ ର ଜେନେଭାସ୍ଥିତ ଅନ୍ତର୍ଜାତୀୟ ମୁଖ୍ୟାଲୟ ଠାରେ ଅନୁଷ୍ଠାନିକ ଭାବେ ଘୋଷଣା କରାଯିବାର କାର୍ଯ୍ୟକ୍ରମ ରହିଛି |  ପୃଥିବୀର ଏହି ୪ ଜଣ ମନୋନୀତ ଯୁବ ପ୍ରତିନିଧିଙ୍କ ମଧ୍ୟରେ ପଦ୍ମାଳୟାଙ୍କ ବ୍ୟତୀତ ତାଇୱାନର ଜୁନ. ଲୁନ. ୱଲୁ,
ଜ|ମିୟା ର କ୍ରିଷ୍ଟାବେଲ୍ଲେ ବ୍ରାଉନ, ଭାରତ ବାଙ୍ଗାଲୁରୁ ର ଶ୍ରୀମାନ ରାୟନ ଜେମସ ମନୋନୀତ ହୋଇ ନିର୍ବାଚନ ଲଢ଼ୁଛନ୍ତି  |

ଏମାନଙ୍କ ମଧ୍ୟରେ କ୍ରିଷ୍ଟା ମିସ ଜାମ|ୟିକା ଭାବେ ବିଜୟୀନୀ ହୋଇ ଟାଇଟେଲ ଅର୍ଜନ କରିଛନ୍ତି  |  ଏହି ବିଶ୍ୱ ସ୍ତରୀୟ ମାର୍ଯ୍ୟଜାପୂର୍ଣ ନିର୍ବାଚନରେ ସମଗ୍ର ବିଶ୍ୱର ବିଭିର୍ଣ୍ଣ ପ୍ରାନ୍ତ ୮ଟି ଭାଗରେ ବିଭକ୍ତ ହୋଇ ସମୁଦାୟ ୪୮ ଟି ନେତୃସ୍ତରୀୟ ପ୍ରତିନିଧି ଭାବରେ ଭୋଟ ରହିଛି | ତେବେ ଭାରତ ରୁ ଦୁଇଜଣ ମନୋନୀତ ହୋଇଥିବାରୁ ଭାରତ ଓ ଗୋଲ୍ଫ ଦେଶ ର ଥିବା ୮ଟି ଆଞ୍ଚଳିକ ଭୋଟ ବିଭାଜିତ ହେବାର ଆଶଙ୍କା ରହିଛି | ଏହି ପଦବୀ ପାଇଁ ମନୋନୀତ ହେବାରେ ପଦ୍ମାଳୟା ନନ୍ଦ ପ୍ରଥମ ଓଡ଼ିଆ | ନିର୍ବାଚିତ ହେଲେ ୨୦୨୬ -୨୮ ମସିହା ପର୍ଯ୍ୟନ୍ତ ଦୁଇବର୍ଷ ପାଇଁ ଆନ୍ତଜାତୀୟ ଯୁବ ପ୍ରତିନିଧି ଭାବେ କାର୍ଯ୍ୟକରି ବିଶ୍ୱ ବ୍ୟାପି ଯୁବ ସମୁଦାୟ ର ନେତୃତ୍ୱ ନେବେ |

୨୦୧୭ ମସିହାରେ ପଦ୍ମାଳୟା ନନ୍ଦ ଲିଟଲ ମିସ ପ୍ରତିଯୋଗିତାରେ ପ୍ରଥମ ଭାରତୀୟ ଭାବେ ଯୋଗ ଦେବା ସହ ବିଶ୍ୱରୁ ସର୍ବାଧିକ ଭୋଟ ପାଇ ଲିଟିଲ ମିସ ୟୁନିଭର୍ସ ଇଣ୍ଟରନେଟ ମୁକୁଟ ବିଜୟିନୀ ହେବାସହ ତିନୋଟି ବର୍ଗରେ ସ୍ବର୍ଣ୍ଣ ମୁକୁଟ ଜିତି ଏକ ଅନ୍ତର୍ଜାତୀୟ ସଫଳତା ଆଣିଥିଲେ | ବିଶେଷ କରି ଜର୍ଜୀୟା ଠାରେ ଓଡ଼ିଶାର କଳା ଓ ସଂସ୍କୃତିକୁ ପ୍ରଦର୍ଶନ କରିବା ସହ ସମ୍ବଲପୁରୀ ନୃତ୍ୟ ଓ ରୟାଲ ଏଥେନୋ ପାର୍ଟି ରେ ଶବର ରାଜା ବିଶ୍ୱ|ବସୁ -ଲଳିତା ବିଷୟ ଉପସ୍ଥାପନ କରି ସମସ୍ତ ଓଡ଼ିଆଙ୍କୁ ଗର୍ବିତ କରିଥିଲେ| ପଦ୍ମାଳୟା ଏବେ ରେଭେନ୍ସା ବିଶ୍ୱବିଦ୍ୟାଳୟ ରେ ମନୋବିଜ୍ଞାନ ବିଭାଗର ସ୍ନାତକୋତର ପ୍ରଥମ ବର୍ଷ ର ଛାତ୍ରୀ | କୁମାରୀ ପଦ୍ମାଳୟା ଓଡିଶା ହାଇକୋର୍ଟ ଓ ସୁପ୍ରିମ କୋର୍ଟ ର ଆଇନଜୀବୀ ପ୍ରସନ୍ନ କୁମାର ନନ୍ଦ ଓ ଡାକ୍ତର ଶୁଭସୁଧା ପ୍ରିୟଦର୍ଶିନୀ ଙ୍କ କନ୍ୟା | ଏହି ସଫଳତା ପାଇଁ ପଦ୍ମାଳୟାଙ୍କୁ ବିଭିନ୍ନ ସୂତ୍ରରୁ ଶୁଭେଚ୍ଛା ର ସୁଅ ଛୁଟିଛି |

Spread the love