ଆଜିଠୁ ତାଳଚରେ ବସ୍ ମାଲିକ ସଂଘର ଆନ୍ଦୋଳନ
ତାଳଚରେ: ଆଜିଠୁ ତାଳଚରେ ବସ୍ ମାଲିକ ସଂଘର ଆନ୍ଦୋଳନ । ଗୋଡିବନ୍ଧ ଠାରୁ ଵଅଁରପାଳ ପର୍ଯ୍ୟନ୍ତ ରାସ୍ତାର ଦୂରବସ୍ଥାକୁ ନେଇ ଅନିର୍ଦ୍ଦିଷ୍ଟ କାଳ ଯାଏ ବସ ଚଳାଚଳ ବନ୍ଦ କରିଛି ସଂଘ । ତାଳଚେର ଦେଇ ଯାଇଥିବା ୧୪୯ ଓ ୫୩ ନମ୍ବର ଜାତୀୟ ରାଜପଥରେ ବଡ ବଡ ଗାତ ସୃଷ୍ଟି ହୋଇଛି । ବର୍ଷା ଅସରାଏ ହେଲେ ପାଣି ଜମି ରହୁଛି । ଫଳରେ ପ୍ରତ୍ୟେକ ଦିନ ଛୋଟ ବଡ ଦୁର୍ଘଟଣା ଘଟୁଛି ।
ରାସ୍ତା ମରାମତି ପାଇଁ ପୂର୍ବରୁ ଉପଜିଲ୍ଲାପାଳଙ୍କୁ ଜଣାଇଥିଲେ ବି କୌଣସି ପଦକ୍ଷେପ ନିଆଯାଇନାହିଁ । ପ୍ରତିବାଦରେ ବସ୍ ମାଲିକ ସଂଘ ପକ୍ଷରୁ ଆନ୍ଦୋଳନ କରାଯାଇଛି । ଏହାକୁ ସମର୍ଥନ ଜଙଣାଇଛି ଟାଟା ମ୍ୟାଜିକ ସଂଘ ଓ ବିଭିନ୍ନ ବଣିକ ସଂଘ । ସମସ୍ୟାର ସମାଧାନ ନହେବା ଯାଏ ବସ୍ ଚଳାଚଳ ବନ୍ଦ ରହିବ ବୋଲି ସଂଘ ପକ୍ଷରୁ ଚେତାବନୀ ଦିଆଯାଇଛି ।
