ଆଜି ପ୍ରଥମ ସେମିଫାଇନାଲ, ଇଡେନ ଗାର୍ଡେନ୍ସରେ ମୁହାଁମୁହିଁ ହେବେ ସାଉଥ୍ ଆଫ୍ରିକା ଓ ନ୍ୟୁଜିଲାଣ୍ଡ

ଅପରାଜେୟ ଦକ୍ଷିଣ ଆଫ୍ରିକା ବନାମ ଶକ୍ତିଶାଳୀ ନ୍ୟୁଜଲାଣ୍ଡ । ଆଜି କୋଲକାତା ଇଡେନ ଗାର୍ଡେନ୍ସରେ ଆଇସିସି ଟି-୨୦ ବିଶ୍ୱକପ୍ ର ପ୍ରଥମ ସେମିଫାଇନାଲ ଟକ୍କର। ଫାଇନାଲ ପାଇଁ ଉଭୟ ଦଳଙ୍କ ମଧ୍ୟରେ ହେବ ଲଢେଇ ।  ସାଉଥ୍ ଆଫ୍ରିକା ଟିମରେ କ୍ୱିଣ୍ଟନ୍ ଡି କକ୍, ମାର୍କ୍ରାମ୍ ଓ କ୍ଲାସେନ୍ ଙ୍କ ଭଳି ବିସ୍ଫୋରକ ବ୍ୟାଟର ସହ ରବାଡା ଓ ସାମସିଙ୍କ ଭଳି ଘାତକ ବୋଲର ଅଛନ୍ତି । ସେହିପରି ମିଚେଲ ସାଣ୍ଟନରଙ୍କ ନେତୃତ୍ୱରେ କିୱି ଟିମ ଶକ୍ତିଶାଳୀ । ରଚିନ ରବିନ୍ଦ୍ର ଏବଂ ଡାରିଲ ମିଚେଲଙ୍କ ଭଳି ଖେଳାଳି ମ୍ୟାଚର ମୋଡ଼ ବଦଳାଇବାର କ୍ଷମତା ରଖନ୍ତି।

ରେକର୍ଡ ଅନୁସାରେ ଟି-୨୦ରେ ଦକ୍ଷିଣ ଆଫ୍ରିକାର ପଲା ଭାରି ରହିଛି ।  ଉଭୟଙ୍କ ମଧ୍ୟରେ ୧୯ ମ୍ୟାଚ ଖେଳାଯାଇଛି । ୧୨ଟିରେ ଦକ୍ଷିଣ ଆଫ୍ରିକା ଜିତିଛି । ନ୍ୟୁଜିଲ୍ୟାଣ୍ଡ ୭ଟିରେ ବାଜି ମାରିଛି ।  ଟି-୨୦ ବିଶ୍ୱକପ୍ ରେ ଦୁଇ ଦଳ ୫ ଥର ମୁହାଁମୁହିଁ ହୋଇଛନ୍ତି । ପାଞ୍ଚଥର ଯାକ ଦକ୍ଷିଣ ଆଫ୍ରିକା ବିଜୟୀ ହୋଇଛି। ବିଶ୍ୱକପରେ ନ୍ୟୁଜିଲ୍ୟାଣ୍ଡ କେବେ ବି ଦକ୍ଷିଣ ଆଫ୍ରିକାକୁ ହରାଇ ପାରିନାହିଁ ।  ଆଜି ବର୍ଷା ଯୋଗୁଁ ମ୍ୟାଚ୍ ବାଧାପ୍ରାପ୍ତ ହେଲେ ଆସନ୍ତାକାଲି ବାକି ଖେଳ ହେବ ।

Spread the love