ଆମର କ୍ଷତି ହେବ’…, ଭାରତ ସହିତ ଟି୨୦ ବିଶ୍ବକପ ଖେଳିବାକୁ ନେଇ ପାକିସ୍ତାନକୁ ଅପିଲ କଲା ଶ୍ରୀଲଙ୍କା କ୍ରିକେଟ ବୋର୍ଡ
ଶ୍ରୀଲଙ୍କା କ୍ରିକେଟ ବୋର୍ଡ ପାକିସ୍ତାନ କ୍ରିକେଟ ବୋର୍ଡକୁ ଭାରତ ବିପକ୍ଷରେ ଟି୨୦ ବିଶ୍ବକପ ମ୍ୟାଚକୁ ବହିଷ୍କାର କରିବା ନିଷ୍ପତ୍ତିରେ ପୁଣିଥରେ ବିଚାର କରିବାକୁ ଅପିଲ କରିଛି । ଆଇସିସି ପୁରୁଷ ଟି୨୦ ବିଶ୍ବକପ ୨୦୨୬କୁ ଭାରତ ଏବଂ ଶ୍ରୀଲଙ୍କା ଆୟୋଜନ କରୁଛନ୍ତି । ଏଥିପାଇଁ ଶ୍ରୀଲଙ୍କା କ୍ରିକେଟ ବୋର୍ଡ ପିସିବିକୁ ଚିଠି ଲେଖିଛି କହିଛି, କଲମ୍ବୋରେ ହେବାକୁ ଥିବା ଭାରତ ବିପକ୍ଷ ମ୍ୟାଚ୍ ପାକିସ୍ତାନ ନ ଖେଳିବା ନିଷ୍ପତ୍ତି ଆର୍ଥିକ କ୍ଷତି ଦେବ ।
ଶ୍ରୀଲଙ୍କା କ୍ରିକେଟ ବୋର୍ଡ ମୁତାବକ, ଏହି ମ୍ୟାଚ ପାଇଁ ସମସ୍ତ ପ୍ରସ୍ତୁତି ସରିଛି । କିନ୍ତୁ ପାକିସ୍ତାନର ନ ଖେଳିବା ନିଷ୍ପତ୍ତି ପରେ ବହୁତ ହୋଟେଲ ବୁକିଂ ବାତିଲ ହେଉଛି । ଯାହା କଲମ୍ବୋର ପର୍ଯ୍ୟଟନ କ୍ଷେତ୍ର ଉପରେ ପ୍ରଭାବ ପକାଉଛି । ଶ୍ରୀଲଙ୍କା କ୍ରିକେଟ ବୋର୍ଡର ଅଧ୍ୟକ୍ଷ ଶମି ସିଲଭା କହିଛନ୍ତି, ଏହି ହାଇ-ଭୋଲଟେଜ ମ୍ୟାଚ ବାତିଲ ହେବା କାରଣରୁ ଟୁର୍ଣ୍ଣାମେଣ୍ଟର ବ୍ୟବସାୟିକ ଏବଂ ଖେଳ ଉପରେ ନକାରାତ୍ମକ ପ୍ରଭାବ ପଡୁଛି ।
ପାକିସ୍ତାନର ଅଭାବ ସମୟରେ ଶ୍ରୀଲଙ୍କା ସହାୟତା କରିଥିଲା । ତେଣୁ ପାକିସ୍ତାନ କ୍ରିକେଟ ବୋର୍ଡ ନିଜ ନିଷ୍ପତ୍ତି ଉପରେ ପୁନଃ ବିଚାର କରିବା ପାଇଁ ଅପିଲ୍ କରିଛି ଶ୍ରୀଲଙ୍କା କ୍ରିକେଟ ବୋର୍ଡ । ଶ୍ରୀଲଙ୍କା କ୍ରିକେଟ ପୁରୁଣା ସହଯୋଗ କରିବାକୁ ନେଇ ପାକିସ୍ତାନକୁ ମନ ପକାଇଛି ।ଶ୍ରୀଲଙ୍କା ଟିମ ପାକିସ୍ତାନରେ ସ୍ଥିତି ସମ୍ବେଦନଶୀଳ ଥିବା ବେଳେ ପାକିସ୍ତାନ ଗସ୍ତ କରିଥିଲା । ଅନ୍ୟ କ୍ରିକେଟ ଟିମ ଏମିତି କରିବାକୁ ପଛଘୁଞ୍ଚା ଦେଇଥିବା ବେଳେ ଶ୍ରୀଲଙ୍କା ପାକିସ୍ତାନ ଗସ୍ତ କରିଥିଲା । ଏହି ନିଷ୍ପତ୍ତି ଖେଳ ଭାବନା ଏବଂ ଦୁଇ ବୋର୍ଡର ମିଳିତ ସମ୍ମାନ ପାଇଁ କରାଯାଇଥିଲା । ସେମିତି ପାକିସ୍ତାନ ମଧ୍ୟ କରିବା ଜରୁରୀ ।
ଶ୍ରୀଲଙ୍କା କ୍ରିକେଟ ବୋର୍ଡ ବିଶ୍ବକପ ଆୟୋଜନ କରୁଥିବାରୁ ବେଶ୍ ଉତ୍ସାହିତ ରହିଛି । ଏଠାରେ ହେବାକୁ ଥିବା ସମସ୍ତ ମ୍ୟାଚ ପାଇଁ କର୍ମସିଆଲ, ଅପରେସନାଲ, ଲଜିଷ୍ଟିକ ଏବଂ ସୁରକ୍ଷା ମଧ୍ୟ ଯାଞ୍ଚ ହୋଇଛି । ହସପିଟାଲିଟି ପ୍ଲାନିଂ ଏବଂ ମ୍ୟାଚ ଟିକେଟ ବିକ୍ରି ମଧ୍ୟ ସାମିଲ ହୋଇଛି । ଯଦି ପାକିସ୍ତାନ ଭାରତ ବିପକ୍ଷରେ ଖେଳିବାକୁ କଲମ୍ବୋ ନ ଆସେ, ତେବେ ଶ୍ରୀଲଙ୍କାର ବହୁତ କ୍ଷତି ହେବ ।
