ଓଜନ କମାଇବାକୁ ଚାହୁଁଛନ୍ତି କି? ଖାଦ୍ୟରେ ସାମିଲ କରନ୍ତୁ ଏହି ୫ଟି ଜିନିଷ

ବର୍ତ୍ତମାନ ଯୁଗରେ ନିଜକୁ ଫିଟ୍ ରଖିବାକୁ କିଏ ବା ନଚାହେଁ । ସୁନ୍ଦର ଦିଶିବା ପାଇଁ ସମସ୍ତେ ନିଜର ଓଜନ କମାଇବାରେ ଲାଗିଛନ୍ତି । ଓଜନ କମାଇବାର ନିଶା ଏବେ ସମସ୍ତଙ୍କୁ ଘାରିଛି । ଓଜନ କମାଇବାକୁ କିଏ ଡାଏଟ କରୁଛନ୍ତି ତ ପୁଣି ଆଉ କେହି କେହି ଜିମର ସାହାରା ନେଉଛନ୍ତି । ବେଳେବେଳେ ସଚେତନ ରହିବା ସତ୍ତ୍ବେ କିଛି ଭୁଲ ରହିଯାଇଥାଏ । ଯାହା ଫଳପ୍ରଦ ହୋଇନଥାଏ । ବର୍ତ୍ତମାନର ଅପଡେଟ ସମୟରେ ଓଜନ ବୃଦ୍ଧି ସମସ୍ୟାର ବିଷୟବସ୍ତୁ ପାଲଟିଛି । ଓଜନ କମାଇବାକୁ ଯାଇ ଅନେକ ଜଣ ଡେରିରେ ଲଞ୍ଚ ଏବଂ ଡିନର କରିଥାନ୍ତି ।

କିନ୍ତୁ ଆପଣ ଜାଣନ୍ତି କି? ଏହା କରିବା ଦ୍ବାରା ଶରୀରରେ ଅନେକ ରୋଗ ସୃଷ୍ଟି କରିବା ସହିତ ଓଜନକୁ କମାଇବା ବଦଳରେ ବଢ଼ାଇଦେଇଥାଏ । ଓଜନ କମାଇବାକୁ ହେଲେ ହେଲଦି ଖାଦ୍ୟ ଖାଇବା ଉଚିତ୍ । ଯାହା ଆପଣଙ୍କ ଶରୀର ପାଇଁ ଗୁରୁତ୍ବପୂର୍ଣ୍ଣ ହୋଇଥାଏ । ଯିଏ କି ବ୍ଲଡ ସୁଗାରକୁ ନିୟନ୍ତ୍ରିତ କରି ରଖିବା ସହ ପେଟକୁ ଫୁଲ୍ ରଖିଥାଏ । ଯାହାଦ୍ବାରା ଓଜନରେ ନିୟନ୍ତ୍ରଣ କରିବାରେ ସାହାଯ୍ୟ କରିଥାଏ । ଏଥିପାଇଁ ଖାଦ୍ୟରେ କମ୍ କ୍ୟାଲୋରୀ ଏବଂ ଅଧିକ ପୋଷଣ ଜିନିଷକୁ ସାମିଲ କରିବା ଗୁରୁତ୍ବପୂର୍ଣ୍ଣ । ତେବେ ଆସନ୍ତୁ ସେହି ୫ଟି ଖାଦ୍ୟ ସମ୍ପର୍କରେ ଜାଣିବା ।

ମିକ୍ସ ଡ୍ରାଏଫୁଡ୍ : ଏହା ସ୍ବାଓ୍ତ୍ୟ ପାଇଁ ଯେତିକି ହିତକର ସେତିକି ମଧ୍ୟ ସ୍ବାଦିଷ୍ଟ । ଏଥିରେ ପ୍ରୋଟିନ, ଫାଇବର ଗୁଣ ଭରପୁର ହୋଇ ରହିଛି । ଯାହା ପେଟକୁ ଫୁଲ ରଖିବା ସହିତ ଓଜନକୁ ନିୟନ୍ତ୍ରଣ ରଖିବାରେ ସାହାଯ୍ୟ କରେ ।

ଦହି ଏବଂ ବେରି : ପ୍ରୋଟିନଯୁକ୍ତ ଦହି ପେଟକୁ ଫୁଲ ରଖିଥାଏ । ସେହିପରି ଷ୍ଟ୍ରବେରୀ, ବ୍ଲୁବେରି ଏବଂ ରାସବେରି ପରି ବେରି ଆଣ୍ଟିଅକ୍ସିଡାଣ୍ଟରେ ଭରପୂର । ଦହି ଏବଂ ଜାମୁକୋଳି ହେଉଛି ସୁସ୍ଥ ଖାଦ୍ୟ ।

ଚିଆ ସିଡ୍ସ : ଏଥିରେ ପୁଷ୍ଟସାର ଗୁଣରେ ଗରପୁର ହୋଇ ରହିଥାଏ । ଏହା ବ୍ୟତୀତ ଏଥିରେ ଫାଇବର, ଓମେଗା-3, ଫ୍ୟାଟି ଏସିଡ୍ ଭଳି ଅନ୍ୟ ପ୍ରୋଟିନରେ ଭରପୂର । ଏହାକୁ ପାଣି ଏବଂ କ୍ଷୀରରେ ବ୍ୟବହାର କରାଯାଇଥାଏ । ଯାହା ଜେଲି ସ ଦୃଶ ହୋଇଥାଏ । ଏହା ମଧ୍ୟ ପେଟକୁ ଥଣ୍ଡା ରଖିଥାଏ । ଏହାକୁ ସୁସ୍ଥ ଖାଦ୍ୟ କହିଲେ କିଛି ଭୁଲ ହେବ ନାହିଁ ।

ପିନଟ୍ ବଟର ଏବଂ ଆପଲ୍ : ସେଓ ସହିତ ପିନାଟ ବଟର ଖାଇବା ଏକ ସୁସ୍ଥ ଏବଂ ସ୍ୱାଦିଷ୍ଟ ଜଳଖିଆ ଭାବେ ବିବେଚନା କରାଯାଏ । ଆପଲରେ ଫାଇବର ଭରପୂର ଥିବା ବେଳେ, ପିନାଟ ବଟରରେ ପ୍ରୋଟିନ୍ ଭରପୂର ମାତ୍ରାରେ ଥାଏ । ଯାହା ଫଳରେ ଏହା ଆମ ପାଇଁ ଲାଭପ୍ରଦ ହୋଇଥାଏ ।

ପନିର ଏବଂ ଫଳ : ପନିର ଏବଂ ଫଳରେ ପ୍ରଚୁର ମାତ୍ରାରେ ପୋଷକ ତତ୍ତ୍ବ ରହିଥାଏ । ଯାହା ସୁସ୍ଥ ଶରୀର ଗଠନ କରିବାରେ ସାହାଯ୍ୟ କରିଥାଏ ।

Spread the love

Leave a Reply

Your email address will not be published. Required fields are marked *