କଟକରେ କୋର୍ଟକୁ ପୁଣି ଆସିଲା ବୋମା ଧମକ, ଧମକପୂର୍ଣ୍ଣ ମେଲ୍‌ ପରେ ପୋଲିସର ଛାନ୍‌ଭିନ୍

କଟକ: କଟକ ଜିଲ୍ଲା କୋର୍ଟରେ ପୁଣି ବୋମା ଥିବା ଚର୍ଚ୍ଚା । ଜିଲ୍ଲା ଜଜ କୋର୍ଟକୁ ଆସିଛି ଏକ ମେଲ । ଜିଲ୍ଲା ଜଜ କୋର୍ଟ ପରିସରରେ ବୋମା ଥିବା ମେଲରେ ସୂଚନା ।  ଏହାପରେ କଟକ ଜିଲ୍ଲା କୋର୍ଟ ପରିସର କଡା ପୋଲିସ ବ୍ୟବସ୍ଥା । କିଛି ଦିନ ପୂର୍ବରୁ ହାଇକୋର୍ଟ କୁ ବୋମା ଧମକ ହୋଇଥିଲା ।

ସେହିପରି ଫୁଲବାଣୀ କୋର୍ଟକୁ ବୋମାରେ ଉଡେଇବାକୁ ଧମକ ଆସିଛି । ଅଜଣା ମେଲ୍ ଆଇଡିରୁ ଫୁଲବାଣୀ କୋର୍ଟ କୁ ଏହି ଧମକ ଆସିଛି । ବମ୍ ସ୍କ୍ବାଡ ଘଟଣା ସ୍ଥଳରେ ପହଞ୍ଚି ସର୍ଚ ଆରମ୍ଭ କରିଛି । ଏହା ପୂର୍ବରୁ କୋର୍ଟ ପରିସରକୁ ଖାଲି କରା ଯାଇଛି । କୋର୍ଟ ମଧ୍ୟରେ କୋର୍ଟର କର୍ମଚାରୀ ମାଜିଷ୍ଟ୍ରେଟ ଏବ୍ଂ ଓକିଲଙ୍କ ମଧ୍ୟରେ ଭୟର ବାର୍ତ୍ତାବରଣ ଦେଖିବାକୁ ମିଳିଛି ।

ପୁରୀ କୋର୍ଟକୁ ବି ବୋମା ଧମକ ଆସିଛି । କୋର୍ଟକୁ ଉଡ଼ାଇଦେବାକୁ ଅଜଣା ମେଲ୍ ଆଇଡିରୁ ଆସିଛି ବୋମା ଧମକ । ଏସପି ପ୍ରତୀକ ସିଂଙ୍କ ସହ ବୋମା ନିଷ୍କ୍ରିୟକାରୀ ଟିମ୍ କୋର୍ଟରେ ପହଞ୍ଚି ଯାଞ୍ଚ କରୁଛନ୍ତି । କୋର୍ଟ ପରିସରକୁ ଖାଲି କରାଯାଇଛି । ଭୟଭୀତ ନହେବା ପାଇଁ ଏସପି ଅନୁରୋଧ କରିଛନ୍ତି। କୋର୍ଟ ପରିସରରେ ଦୁଇ ପ୍ଲାଟୁନ୍ ଫୋର୍ସ ମୁତୟନ ହୋଇଛିନ୍ତି ।

Spread the love