କପ୍ କବାଡି ପ୍ରତିଯୋଗିତାରେ ମୁଖ୍ୟମନ୍ତ୍ରୀ, VSS ଷ୍ଟାଡିୟମର ପୁନର୍ବିକାଶ ପାଇଁ ୨୫ କୋଟି ଟଙ୍କା ଘୋଷଣା

ସମ୍ବଲପୁର: ସମ୍ବଲପୁର ସହରର ଗଙ୍ଗାଧର ମଣ୍ଡପଠାରେ ପ୍ରଥମ ଥର ପାଇଁ ଆୟୋଜିତ ସର୍ବଭାରତୀୟ ସମ୍ବଲପୁର କପ୍ କବାଡି ପ୍ରତିଯୋଗିତାରେ ଯୋଗଦେଇ ଖେଳାଳିଙ୍କୁ ଉତ୍ସାହିତ କଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ଏହି ଅବସରରେ ବରିଷ୍ଠ କବାଡିଖେଳାଳିମାନଙ୍କୁ ସମ୍ମାନିତ କରିଥିଲେ। କହିଥିଲେ, ସମ୍ବଲପୁରରେ ଏଭଳି ଜାତୀୟ ସ୍ତରର କ୍ରୀଡା ପ୍ରତିଯୋଗିତା ଆୟୋଜନ ହେବା ଏବଂ ଏଠାରେ ଏକ ଫୁଟବଲ୍ ଏକାଡେମୀ ପ୍ରତିଷ୍ଠା ପଶ୍ଚିମ ଓଡ଼ିଶା ସମେତ ସମଗ୍ର ରାଜ୍ୟର କ୍ରୀଡା କ୍ଷେତ୍ର ପାଇଁ ଏକ ଐତିହାସିକ ପଦକ୍ଷେପ ।

ଭିଏସଏସ ଷ୍ଟାଡିୟମର ପୁନର୍ବିକାଶ ପାଇଁ ୨୫ କୋଟି ଟଙ୍କା, ମଣ୍ଡଳିଆଠାରେ ଫିଫା ଯୋଗ୍ୟତା ସମ୍ପନ୍ନ ଏକ ଅନ୍ତର୍ଜାତୀୟ ସ୍ତରର ଫୁଟବଲ୍ ଷ୍ଟାଡିୟମ ନିର୍ମାଣ ପାଇଁ ୧୫ କୋଟି ଟଙ୍କା ଏବଂ ସମ୍ବଲପୁର ଫୁଟବଲ୍ ଏକାଡେମୀ ପାଇଁ ଆଉ ୧୫ କୋଟି ଟଙ୍କାର ଅନୁଦାନ ରାଜ୍ୟ ସରକାରଙ୍କ ପକ୍ଷରୁ ପ୍ରଦାନ କରାଯାଇଛି ବୋଲି କହିଥିଲେ । ଆଗାମୀ ଦିନରେ ସମ୍ବଲପୁର ଜିଲାର ସମସ୍ତ ୯ଟି ବ୍ଲକରେ ୧୫ କୋଟି ଟଙ୍କା ଲେଖାଏଁ ବ୍ୟୟରେ ଗୋଟିଏ ଗୋଟିଏ ଅତ୍ୟାଧୁନିକ ଷ୍ଟାଡିୟମ ନିର୍ମାଣ କରାଯାଇ ଏହି ଅଞ୍ଚଳକୁ କ୍ରୀଡା ହବ୍ ଭାବେ ଗଢ଼ି ତୋଳାଯିବ ବୋଲି ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *