କ୍ରିକେଟକୁ ବାଏ ବାଏ କଲେ ଯୁବରାଜ ସିଂହ
ଆଇପିଏଲରୁ ବି ନେଲେ ସନ୍ନ୍ୟାସ
ଯୁବରାଜ ସିଂହ ସୋମବାର କେବଳ ଅନ୍ତର୍ଜାତୀୟ କ୍ରିକେଟରୁ ନୁହେଁ, ବରଂ ଇଣ୍ଡିଆନ୍ ପ୍ରିମିୟର ଲିଗ୍ (ଆଇପିଏଲ୍)କୁ ମଧ୍ୟ ଅଲବିଦା କହିଛନ୍ତି।
ଏ ନେଇ ଯୁବରାଜ କହିଛନ୍ତି, ଚଳିତ ବର୍ଷର ଆଇପିଏଲର ମୋର କ୍ୟାରିୟରର ଅନ୍ତିମ ସଂସ୍କରଣ ହେବ ବୋଲି ମୁଁ ଗତବର୍ଷ ଭାବି ନେଇଥିଲି।
ଆସନ୍ତାବର୍ଷ ଆଇପିଏଲ୍ ପାଇଁ ମୁଁ ଉପଲବ୍ଧ ହେବି ନାହିଁ। ମୁଁ ବିସିସିଆଇ ଓ ଅନ୍ତର୍ଜାତୀୟ କ୍ରିକେଟରୁ ସନ୍ନ୍ୟାସ ନେଇଛି। ମୁଁ ଭାରତ ବାହାରେ ଖେଳିବା ପାଇଁ ଆଗ୍ରହୀ ଅଛି। ମୁଁ ଟି-୨୦ କ୍ରିକେଟ୍ ଖେଳିବାକୁ ଚାହେଁ। କ୍ରିକେଟ୍ ମୋ ପାଇଁ ସବୁକିଛି। ତେଣୁ ବିଦେଶରେ ହେଉଥିବା କ୍ରିକେଟ୍ ଲିଗ୍ ଖେଳିବା ପାଇଁ ବିସିସିଆଇକୁ ଅନୁମତି ମାଗିଛି।
ସୂଚନାଯୋଗ୍ୟ, ୨୦୧୫ ଆଇପିଏଲରେ ସବୁଠାରୁ ମହଙ୍ଗା ଖେଳାଳି ଭାବେ ଯୁବରାଜଙ୍କୁ ଦିଲ୍ଲୀ ଡେୟାରଡେଭିଲ୍ସ ଟିମ ୧୬ କୋଟି ଟଙ୍କାରେ କିଣିଥିଲା। ଚଳିତ ବର୍ଷ ତାଙ୍କୁ ମୁମ୍ବାଇ ଇଣ୍ଡିଆନ୍ସ ୧ କୋଟି ଟଙ୍କାର ବେସ୍ ପ୍ରାଇସରେ କିଣିଥିଲା। ଦ୍ୱାଦଶ ସଂସ୍କରଣରେ ଯୁବରାଜ ୪ ମ୍ୟାଚରେ ୨୪.୫୦ ହାରରେ ୯୮ ରନ୍ କରିଥିଲେ, ଯେଉଁଥିରେ ଗୋଟିଏ ଅର୍ଦ୍ଧଶତକ ସାମିଲ୍ ଥିଲା।
