କ୍ରିକେଟ ଖେଳି ନାଁ ରଖିଲେ ପ୍ରିୟାଂସି, ଅକ୍ଳାନ୍ତ ପରିଶ୍ରମ କରି ଶୀର୍ଶରେ ପହଞ୍ଚିଲେ

କଣିହାଁ: ନାମ ପ୍ରିୟାଂସି ମହାରଣା । ବୟସ ମାତ୍ର ୧୪ ବର୍ଷ । ନବମ ଶ୍ରେଣୀର ଛାତ୍ରୀ । ଏତେ ଅଳ୍ପ ବୟସରୁ ବାପା ମାଆଙ୍କ ସହ ଓଡିଶା ପାଇଁ ଗୌରବ ଆଣିପାରିଛନ୍ତି ପ୍ରିୟାଂସି । ବାଳିକା ସ୍ତରୀୟ ଜୁନିଅର – ୧୭ କ୍ରିକେଟରେ ତେଲେଙ୍ଗାନା ତରଫରୁ ଖେଳି ମ୍ୟାନ ଅଫ୍ ଦ ମ୍ୟାଚ ହେବା ପରେ ବର୍ତ୍ତମାନ ଓଡିଶା ତରଫରୁ BCCI WOMENES UNDER-15 ONE-DAY TURNAMENTରେ ଅଂଶଗ୍ରହଣ କରି ଏକ ନମ୍ବରରେ ଅଛନ୍ତି ପ୍ରିୟାଂସି ମହାରଣା । ମଧ୍ୟବିତ୍ତ ପରିବାରର ଝିଅ ଭାବେ ଏହି ସ୍ଥାନରେ ପହଞ୍ଚିବା କଷ୍ଟସାଧ୍ୟ ଥିଲା । କିନ୍ତୁ ସମସ୍ତ କଷ୍ଟକୁ ଭୁଲି ଅକ୍ଳାନ୍ତ ପରିଶ୍ରମ କରି ସେ ଆଜି ଏହି ସ୍ଥାନରେ ପହଞ୍ଚି ପାରିଛନ୍ତି ।

ଅନୁଗୁଳ ଜିଲ୍ଲା କଣିଁହା ବ୍ଳକ ରେଙ୍ଗାଳି ପ୍ରୋଜେକ୍ଟ ଅଞ୍ଚଳର ସନ୍ତୋଷ ମହାରଣାଙ୍କ ବଡ ଝିଅ ପ୍ରୀୟାଂସି । ବାପାମାଆ ଓ ପରିବାରର ଅନ୍ୟ ସଦସ୍ୟମାନଙ୍କ ସହ ସେ ରେଙ୍ଗାଳି ପ୍ରୋଜେକ୍ଟ ଅଞ୍ଚଳରେ ରୁହନ୍ତି । ଛୋଟ ବେଳୁ ହିଁ କ୍ରିକେଟ ପ୍ରେମୀ ପ୍ରିୟାଂସି । ବାରବାଟିରେ ମ୍ୟାଚ ଖେଳି ବ୍ୟାଟସମ୍ୟାନ ତାଲିକାରେ ଓଡିଶା କ୍ରିକେଟ ଆସୋସିଏସନ ତରଫରୁ ସିଲେକ୍ସନ ହୋଇ ଏକ ନମ୍ବରରେ ଚୟନ ହୋଇଛନ୍ତି । ତିନୋଟି ମ୍ୟାଚରେ ୨୪୩ ରନ୍ ସଂଗ୍ରହ କରିଥିଲେ । ପ୍ରଥମ ମ୍ୟାଚରେ ହିଁ ୮୭ ବଲ୍ ରେ ୧୪୪ ରନ୍ ସଂଗ୍ରହ କରିବା ସହ ନଟ୍ ଆଉଟ୍ ରହି ଓଡିଶା କ୍ରିକେଟ ଆସୋସିଏସନ (OCA)ର ଚୟନ କର୍ତ୍ତାଙ୍କ ଦୃଷ୍ଟି ଆକର୍ଷଣ କରିପାରିଥିଲେ ।

ଟିମ୍ ରେ ସିଲେକ୍ସନ ପରେ ଜାନୁୟାରୀ ୨ ରୁ ୧୦ ପର୍ଯ୍ୟନ୍ତ ଆୟୋଜିତ ନାଗପୁରରେ BCCI WOMEN’S UNDER-15 ଟୁର୍ଣ୍ଣାମେଣ୍ଟ ଖେଳି ଆଗ ଧାଡିରେ ରହି ଓଡିଶା କ୍ରିକେଟ ଆସୋସିଏସନର ଦୃଷ୍ଟି ଗୋଚରରେ ଅଛନ୍ତି । ବର୍ତ୍ତମାନ ଓଡିଶା ତରଫରୁ BCCI WOMEN’S UNDER-15 ୱାନ୍ ଡେ ଟୁର୍ଣ୍ଣାମେଣ୍ଟରେ ଅଂଶଗ୍ରହଣ କରିବା ପାଇଁ ୧୫ ଜଣିଆ ନାଗପୁର , ମହାରାଷ୍ଟ୍ର ରାଜ୍ୟ ଦଳରେ ଖେଳିବାକୁ ଯାଇଥିଲେ ପ୍ରିୟାଂସି ମହାରଣା । ଏଥିସହ ପ୍ରିୟାଂସି ସମସ୍ତ ଶ୍ରେୟ ବାପା ସନ୍ତୋଷ ଏବଂ କୋଚଙ୍କୁ ଦେଇଛନ୍ତି । ଓଡିଶାରେ ଖେଳିବା ସହିତ ଭାରତୀୟ ଟିମ୍ ରେ ଖେଳି ଭଲ ପ୍ରଦର୍ଶନ କରି ଦେଶର ନାଁ ରଖିବେ ବୋଲି କହିଛନ୍ତି ପ୍ରିୟାଂସି ।

ପରିବାର ଲୋକ ପ୍ରିୟାଂସିଙ୍କ ଉଜ୍ବଳ ଭବିଷ୍ୟତ ପାଇଁ ଆଶା ରଖିଛନ୍ତି । ପ୍ରିୟାଂସି ମହାରଣାଙ୍କୁ ଉତ୍ସାହିତ କରିବା ସହ ଭାରତର ନାମକୁ ଆହୁରି ଆଗକୁ ନେବା ପାଇଁ ଜଗତର ନାଥ ଜଗନ୍ନାଥଙ୍କ ନିକଟରେ ବିନତି କରିଛନ୍ତି ସମସ୍ତେ । ପରିବାର ଏବଂ ରେଙ୍ଗାଳି ଅଞ୍ଚଳବାସୀଙ୍କ ମନରେ ଖୁସି ଫୁଟାଇ ପାରିଛନ୍ତି ପ୍ରିୟାଂସି । ଛୋଟ ବେଳୁ କ୍ରିକେଟ ପ୍ରତି ଥିବା ଆଗ୍ରହ ତାଙ୍କୁ ଆଜି ଏହି ସ୍ଥାନରେ ପହଞ୍ଚାଇ ପାରିଛି ।

Spread the love