କ୍ରିଷ୍ଣା ନାୟକଙ୍କୁ ଧରିଲା ଭିଜିଲାନ୍ସ, ୩ଲକ୍ଷ ଟଙ୍କା ଜବତ

ଢେଙ୍କାନାଳ : ଭିଜିଲାନ୍ସ ଜାଲରେ ଜିଲ୍ଲା ଅବକାରୀ ଅଧିକ୍ଷକ । ୩ ଲକ୍ଷ ଟଙ୍କା ନେଇ ଯାଉଥିବା ବେଳେ ଢେଙ୍କାନାଳ ଜିଲ୍ଲା ଅବକାରୀ ଅଧିକ୍ଷକ କ୍ରିଷ୍ଣା ନାୟକଙ୍କୁ ଧରିଲା ଭିଜିଲାନ୍ସ । ଜିଲ୍ଲାପାଳଙ୍କ ଆବାସିକ କାର୍ଯ୍ୟାଳୟ ସମ୍ମୁଖରୁ ଧରିଛି ଭିଜିଲାନ୍ସ। କ୍ରିଷ୍ଣାଙ୍କ ମହାବୀର ବଜାର ସ୍ଥିତ କ୍ୱାର୍ଟର ସମେତ ୫ଟି ସ୍ଥାନରେ ଏକକାଳୀନ ଚଢ଼ାଉ ଜାରି ରଖିଛି ଭିଜିଲାନ୍ସ ଟିମ୍ । ପୁରୀ କୁମ୍ଭାର ପଡ଼ା ସ୍ଥିତ ଘର, ଚୌଦ୍ଵାର ପ୍ରଧାନ ସାହି ସ୍ଥିତ ବାପଘର ଓ ଜଗତପୁର ଅରିଲୋ ସ୍ଥିତ ଶାଶୁଘରେ ଭିଜିଲାନ୍ସର ଚଢ଼ାଉ ଜାରି । ଚୌଦ୍ୱାର ପ୍ରଧାନ ସାହି ସ୍ଥିତ ବାସଭବନରେ ଭିଜିଲାନ୍ସର ୭ ଜଣିଆ ଟିମ୍ ଚଢ଼ାଉ ଜାରି ରଖିଥିବା ଜଣାପଡ଼ିଛି।

Spread the love

Leave a Reply

Your email address will not be published. Required fields are marked *