ଖରାଦିନେ ଖାଆନ୍ତୁ କଞ୍ଚା ଆମ୍ବ, ଅନେକ ସମସ୍ୟାକୁ କରିବ ଦୂର

ଖରାଦିନ ଆସିବା ମାତ୍ରେ ଆମ୍ବପ୍ରେମୀମାନେ ଖୁବ୍ ଖୁସି ହୋଇ ଯାଇଥାଆନ୍ତି । କାହିଁକିନା ଖରାଦିନ ଆରମ୍ଭ ହେବା ମାତ୍ରେ ମାର୍କେଟରେ କଞ୍ଚା ଆମ୍ବ ମିଳିବା ଆରମ୍ଭ ହୋଇଥାଏ । ଆମ୍ବକୁ ଫଳର ରାଜା ବୋଲି ବିବେଚନା କରାଯାଏ । ବର୍ଷସାରା ଉତ୍ସାହର ସହିତ ଅପେକ୍ଷା କରନ୍ତି । ଏପ୍ରିଲ୍ ମାସରେ କଞ୍ଚା ଆମ୍ବ ପ୍ରଚୁର ପରିମାଣରେ ମିଳିଥାଏ । ଏହାର ସ୍ବାଦ ଯେତିକି ସ୍ବାଦିଷ୍ଟ ଦେହ ପାଇଁ ମଧ୍ୟ ସେତିକି ହିତକର । ପ୍ରତ୍ୟେକ ଋତୁରେ ମିଳିଥିବା ଫଳ, ପନିପରିବା ଖାଇବା ଉଚିତ୍ । ଋତୁ ହିସାବରେ ଆମ ଶରୀରକୁ ସେହି ସବୁ ଖାଦ୍ୟର ଆବଶ୍ୟକତା ରହିଛି । କିନ୍ତୁ ପ୍ରତ୍ୟେକ ଖାଦ୍ୟ ସୀମିତ ପରିମାଣର ଖାଇବା ଉଚିତ୍ । ଯାହା ଦ୍ବାରା ଆମ ଶରୀର ପାଇଁ ଏହା ବରଦାନ ସଦୃଶ ହୋଇଥାଏ ।

କଞ୍ଚା ଆମ୍ବର ନାଁ ଶୁଣିଲେ ହିଁ ପାଟିରେ ଲାଳ ଆସିଯାଏ । ଆମ୍ବ ପଣା, ଆମ୍ବ ଚଟନି ଆଦି କଞ୍ଚା ଆମ୍ବରୁ ତିଆରି । କିନ୍ତୁ କଣ ଆପଣ ଜାଣିଛନ୍ତି କଞ୍ଚା ଆମ୍ବ ଆମ ସ୍ୱାସ୍ଥ୍ୟ ପାଇଁ ଅତ୍ୟନ୍ତ ଲାଭଦାୟକ ହୋଇଥାଏ । ତେବେ ଆସନ୍ତୁ ଆମେ ଆଜି କଞ୍ଚା ଆମ୍ବ ଖାଇବାର ଲାଭ ସମ୍ପର୍କରେ ଜାଣିବା ।

କଞ୍ଚା ଆମ୍ବ ଅନେକ ପୋଷକ ତତ୍ତ୍ୱର ଭଣ୍ଡାର ଅଟେ । ଏଥିରେ ଭିଟାମିନ୍ ଏ, ଭିଟାମିନ୍ ସି, ଭିଟାମିନ୍ ଇ, କ୍ୟାଲସିୟମ୍, ଆଇରନ୍, ଫାଇବର, ମ୍ୟାଗ୍ନେସିୟମ୍ ଏବଂ ଫସଫରସ୍ ଭଳି ପୋଷକ ତତ୍ତ୍ୱ ଭରପୂର ମାତ୍ରାରେ ରହିଥାଏ । କଞ୍ଚା ଆମ୍ବ ଗ୍ରୀଷ୍ମ ଋତୁର ଉତ୍ତାପରୁ ରକ୍ଷା କରିବାରେ ଏବଂ ରୋଗ ପ୍ରତିରୋଧକ ଶକ୍ତି ବଢ଼ାଇବାରେ ସାହାଯ୍ୟ କରେ ।

ଡିହାଇଡ୍ରେସନକୁ ରୋକେ :

କଞ୍ଚା ଆମ୍ବ ଶରୀରର ଜଳୀୟ ଅଂଶର କମିକୁ ପୂରଣ କରିଥାଏ । ଶରୀରକୁ ଖରା ଦାଉରୁ ରକ୍ଷା କରିଥାଏ । ଖରାଦିନ ପାଇଁ ଆମ୍ବ ବେଷ୍ଟ ହୋଇଥାଏ । ଯାହା ଆମ ଶରୀରକୁ ଥଣ୍ଡା ରଖିବାରେ ସାହାଯ୍ୟ କରିଥାଏ । ଏଥିସହିତ କଞ୍ଚା ଆମ୍ବ ଖାଇବା ଦ୍ବାରା ହିଟ୍ ଷ୍ଟ୍ରୋକ୍ ଆଶଙ୍କାକୁ କମାଯାଇପାରିବ । ଏହା ଶରୀରରେ ଇଲୋକ୍ଟ୍ରୋଲାଇଟ୍ସ ସନ୍ତୁଳନ ରଖିବାରେ ସାହାଯ୍ୟ କରିଥାଏ ।

ହଜମ ପ୍ରକ୍ରିୟାରେ ଉନ୍ନତି ଆଣେ :

ଯଦି ଆପଣଙ୍କ ପେଟ ସହିତ ଜଡିତ ସମସ୍ୟା ଥାଏ, ତେବେ କଞ୍ଚା ଆମ୍ବ ଆପଣଙ୍କ ପାଇଁ ଲାଭଦାୟକ ହୋଇଥାଏ  । ଏଥିରୁ ମିଳୁଥିବା ଫାଇବର ପାଚନ ପ୍ରକ୍ରିୟାରେ ଉନ୍ନତି ଆଣିଥାଏ । ଯେଉଁମାନେ କଞ୍ଚା ଆମ୍ବ ଖାଆନ୍ତି ସେମାନଙ୍କ ପାଖରେ ହଜମ ପ୍ରକ୍ରିୟାକୁ ନେଇ କମ୍ ସମସ୍ୟା ଦେଖିବାକୁ ମିଳିଥାଏ । ଏହା କୋଷ୍ଠକାଠିନ୍ୟ ଭଳି ସମସ୍ୟାକୁ ସହଜରେ ଦୂର କରି ଦେଇଥାଏ । ଏହା ଏସିଡ଼ିଟି ସମସ୍ୟାକୁ ମଧ୍ୟ ହ୍ରାସ କରିଥାଏ । କଞ୍ଚା ଆମ୍ବ ଖାଇବା ଦ୍ୱାରା ବଦହଜମି ଏବଂ ଗ୍ୟାସ ଭଳି ସମସ୍ୟାରୁ ମୁକ୍ତି ଦେଇଥାଏ ।

ରୋଗ ପ୍ରତିରୋଧକ ଶକ୍ତି ବଢ଼ାଇଥାଏ :

କଞ୍ଚା ଆମ୍ବ ଖାଇବା ଦ୍ବାରା ଏହା ଶରୀରକୁ ଭିଟାମିନ୍ ସି ଯୋଗାଇଥାଏ । ଏହା ରୋଗ ପ୍ରତିରୋଧକ ଶକ୍ତିକୁ ମଜବୁତ କରିଥାଏ । ରୋଗ ପ୍ରତିରୋଧକ ଶକ୍ତି ବଢ଼ାଇବା ପାଇଁ କଞ୍ଚା ଆମ୍ବ ଖାଇବା ଉଚିତ୍ । ଏହା ସହିତ ଗ୍ରୀଷ୍ମଋତୁ ସମୟରେ ଘଟୁଥିବା ଅନେକ ରୋଗକୁ ରୋକାଯାଇପାରିବ ।

ଓଜନ ହ୍ରାସ କରେ :

ପାଚିଲା ଆମ୍ବ ତୁଳନାରେ କଞ୍ଚା ଆମ୍ବ ଆମ ସ୍ବାସ୍ୟ ପାଇଁ ଫଳପ୍ରଦ ହୋଇଥାଏ । କାହିଁକିନା କଞ୍ଚା ଆମ୍ବରେ ସୁଗାରର ମାତ୍ରା କମ୍ ଥାଏ । ଏହା ବ୍ୟତୀତ କଞ୍ଚା ଆମ୍ବରେ କମ୍ କ୍ୟାଲୋରୀ ଥାଏ । ଯାହା ଖାଇବା ଦ୍ବାରା ମେଟାବୋଲେଜିମକୁ ବୃଦ୍ଧି କରିଥାଏ । ଫଳରେ ଓଜନକୁ ହ୍ରାସ କରିବାରେ ସାହାଯ୍ୟ କରିଥାଏ ।

ଲିଭର ଏବଂ ଦାନ୍ତକୁ ସୁସ୍ଥ ରଖେ :

ଏହା ଲିଭରକୁ ସଫା ରଖିବାରେ ସହାୟକ କରେ । ଲିଭର ସହିତ ଜଡିତ ସମସ୍ୟାରୁ ମଧ୍ୟ ରକ୍ଷା କରେ । ଏହାକୁ ଚୋବାଇକି ଖାଇବା ଦ୍ବାରା ମାଢ଼ିରୁ ରକ୍ତସ୍ରାବ ଏବଂ ପାଟିରୁ ଦୁର୍ଗନ୍ଧ ଭଳି ସମସ୍ୟା ମଧ୍ୟ ହ୍ରାସ ପାଇପାରେ ।

ଏହା ଆମ ସ୍ବାସ୍ଥ୍ୟ ପ୍ରତି ହିତକର । ହେଲେ ଏହାକୁ ସୀମିତ ପରିମାଣରେ ଖାଇବା ଉଚିତ୍ । ନଚେତ୍ ପରବର୍ତ୍ତୀ ସମୟରେ ପେଟ ଯନ୍ତ୍ରଣା ଏବଂ ଗଳା ଯନ୍ତ୍ରଣା ଭଳି ସମସ୍ୟା ଙୋଗିବାକୁ ପଡିପାରେ । ତେଣୁ ଏଥିରେ ଗୁଡ କିମ୍ବା ଅଳ୍ପ ଲୁଣ ମିଶାଇ ଖାଇବା ଅତ୍ୟନ୍ତ ଲାଭଦାୟକ ।

Spread the love