ଖରାଦିନ ଆସିନି, ଏବେଠୁ ଜଙ୍ଗଲରେ ଲାଗିଲାଣି ନିଆଁ
ବ୍ରହ୍ମପୁର : ଖରାଦିନ ଆସିନି, ଏବେଠୁ ଜଙ୍ଗଲରେ ଲାଗିଲାଣି ନିଆଁ । ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ବନାଞ୍ଚଳ ଅନ୍ତର୍ଗତ ସିନ୍ଧିଖାଳି ଗାଁ ନିକଟରେ ଥିବା ଶାଗୁଆନ ଜଙ୍ଗଲରେ ନିଆଁ ଲାଗି ଲକ୍ଷାଧିକ ଟଙ୍କାର ଗଛ ଜଳି ଯାଇଛି । ଖବର ପାଇଁ ଗାଁ ଲୋକେ ନିଆଁ ଲିଭାଇବାକୁ ଉଦ୍ୟମ କରିଥିଲେ । ପରେ ଦିଗପହଣ୍ଡି ଦମକଳ ବାହିନୀ ଯାଇ ନିଆଁକୁ ଆୟତ୍ତ କରିଥିଲା । ତେବେ ନିଆଁ ଲାଗିଥିବା ଶାଗୁଆନ ଗଛ ଗୁଡିକ ଗାଁର ଜଣେ ବ୍ୟକ୍ତିଙ୍କର ହୋଇଥିବା ବନ ବିଭାଗ କହିଛି । ନିଆଁର ଲାଗିବାର କାରଣ ଜଣାପଡ଼ିନଥିବା ବେଳେ , ତଦନ୍ତ ଆରମ୍ଭ କରିଛି ଅଗ୍ନିଶମ ବିଭାଗ ।
