ଗଜପତିରେ ୪ ଟିକିଆ ହାତୀପଲ ଆତଙ୍କ

ଗଜପତି: ଗଜପତି ଜିଲ୍ଲା ଗୁମ୍ମା ବ୍ଲକ୍ ପରିଡ଼ା ପଞ୍ଚାୟତର ଆଦାନ ଗୁଡ଼ା ଓ ଯାନିଗୁଡ଼ାରେ ୪ ଟିକିଆ ହାତୀପଲ ଆତଙ୍କ ।  ଯାନିଗୁଡ଼ାରେ ଲୋକଙ୍କ ଘରେ ପଶି ଧାନ ଓ ଚାଉଳ ଖାଇଗଲେ ହାତୀପଲ ।  ଫଳରେ ଗତକାଲି ଗ୍ରାମବାସୀ ଭୟଭୀତ ହୋଇ ବନ କର୍ମଚାରୀଙ୍କୁ ସୂଚନା ଦେଇଥିଲେ ।  ବନ କର୍ମଚାରୀ ରାତି ସାରା ଉଜାଗର ରହି ହାତୀ ଘଉଡ଼ାକୁ ଉଦ୍ୟମ ଜାରି ରଖିବା ସହ ଗାଁଲୋକଙ୍କୁ ଆତଙ୍କିତ ନ ହେବା ପାଇଁ କହିଥିଲେ ।  ତେବେ ବର୍ତ୍ତମାନ ଅମଳ ସମୟ ହୋଇଥିବାରୁ ହାତୀପଲ ଗାଁ ମୁହାଁ ହୋଇ ବିଲବାଡ଼ିରେ ପଶୁଛନ୍ତି ।

Spread the love