ଗୋଟେ ବିବାହ ମଣ୍ଡପରେ ବାହା ହେଲେ ଦୁଇ ଯାଆଁଳା ଭାଇ ଓ ଦୁଇ ଯାଆଁଳା ଭଉଣୀ

ତେଲଙ୍ଗାନା : ବିବାହ କଲେ ଦୁଇ ଯାଆଁଳା ଭାଇ ଓ ଦୁଇ ଯାଆଁଳା ଭଉଣୀ । ଗୋଟିଏ ଦିନରେ ଗୋଟିଏ ମଣ୍ଡପରେ ପଡ଼ିଲା ଦୁଇ ଦମ୍ପତିଙ୍କ ହାତଗଣ୍ଠି । ତେଲେଙ୍ଗାନାର କାମାରେଡ୍ଡୀ ଜିଲ୍ଲା ଘନପୁର ଗାଁର ଦୁଇ ଯାଆଁଳା ଭାଇ ବିଜୟ ଏବଂ ବିନୟଙ୍କର, ନିଜାମାବାଦ ଜିଲ୍ଲା ଡେମୀ କାଲାନ ଗାଁର ଦୁଇ ଯାଆଁଳା ଭଉଣୀ କୀର୍ତ୍ତନା ଓ କିର୍ତ୍ତୀଙ୍କ ସହ ବିବାହ ବୈଦିକ ରୀତିରେ ବିବାହ ହୋଇଛି ।

ସୂଚନା ଅନୁସାରେ, ଗତ ରବିବାର ଏମାନଙ୍କ ବିବାହ ହୋଇଛି । ଦୁଇ ଦମ୍ପତିଙ୍କର ଗୋଟିଏ ମଣ୍ଡପରେ ବିବାହ ହୋଇଥିଲା । ଦୁଇ ଦମ୍ପତିଙ୍କୁ ବିବାହ ମଣ୍ଡପରେ ପାଖାପାଖି ବସିବାର ଦେଖି ସମସ୍ତେ ଖୁବ୍ ଆଶ୍ଚର୍ଯ୍ୟ ମଧ୍ୟ ହୋଇଥିଲେ । ଏମାନଙ୍କ ବିବାହ ଦେଖିବାକୁ ପାଖ ଗାଁ ଲୋକେ ମଧ୍ୟ ଭିଡ଼ ଜମାଇଥିଲେ । ଏହି ବିରଳ ବିବାହ ଫଟୋ ଏବଂ ଭିଡିଓ ଏବେ ସୋସିଆଲ ଖୁବ୍ ଭାଇରାଲ ହେବାରେ ଲାଗିଛି।

୨୦୨୮ ଅଗଷ୍ଟରେ ଓହାୟୋ ଟ୍ବିନ୍ସବର୍ଗରେ ମଧ୍ୟ ଏଭଳି ଏକ ବିବାହ ହୋଇଥିଲା । ଆମେରିକାର ଦୁଇ ଯାଆଁଳା ଭଇଣୀ ବ୍ରିଟେନୀ ଏବଂ ବ୍ରିଏନା ଡିଏନ ମଧ୍ୟ ଦୁଇ ଯାଆଁଳା ଭାଇ ଜୋସ ଏବଂ ଜେରେମୀ ସ୍ଲେୟରଙ୍କୁ ବିବାହ କରିଥିଲେ ।

Spread the love