ଗ୍ୟାସ୍ ପାଇପ୍ ଫାଟିବା ଘଟଣା, ଝିଅ ପରେ ଆଖି ବୁଜିଲେ ମାଆ

ଯାଜପୁର: ଝିଅ ପରେ ଆଖି ବୁଜିଲେ ମାଆ । ଗ୍ୟାସ ପାଇପ ଫାଟି ଅଗ୍ନିକାଣ୍ଡ । ଗତ ୧୧ତାରିଖ ସକାଳେ ଯାଜପୁର ଜିଲ୍ଲା ଧର୍ମଶାଳା ଥାନା ଅରାବଳ ଗ୍ରାମରେ ଗ୍ୟାସ ପାଇପ ଫାଟି ଅଗ୍ନିକାଣ୍ଡ ଘଟିଥିଲା । ଗ୍ରାମର ଅଭିରାମ ମଲିକଙ୍କ ଘରେ ଚା ଓ ରୁଟି ପ୍ରସ୍ତୁତ ହେଉଥିବା ସମୟରେ ହଠାତ ଗ୍ୟାସ ଲିକ ହୋଇ ଅଗ୍ନିକାଣ୍ଡ ଘଟିଥିଲା । ନିଆଁକୁ ଆୟତ୍ତ କରିବାକୁ ଯାଇ ଅଭିରାମ ଓ ତାଙ୍କ ପତ୍ନୀ ତିଲୋତ୍ତମା ଗୁରୁତର ହୋଇଥିଲେ ।

ସେମାନଙ୍କୁ ସଙ୍କଟାପନ୍ନ ଅବସ୍ଥାରେ ଉଭୟଙ୍କୁ କଟକ ମେଡିକାଲକୁ ସ୍ଥାନାନ୍ତର କରାଯାଇଥିଲା । ଅଗ୍ନିକାଣ୍ଡରେ ଅଭିରାମଙ୍କ ୫ବର୍ଷର ଝିଅଙ୍କ ମୃତ୍ୟୁ ଘଟିଥିଲା । ଆଜି ଚିକିତ୍ସାଧୀନ ଅବସ୍ଥାରେ ଆଖି ବୁଜିଲେ ମାଆ ତିଲୋତ୍ତମା । ଏବେ ବି ଜୀବନ ମରଣ ସହ ସଂଗ୍ରାମ କରୁଛନ୍ତି ଅଭିରାମ ।

Spread the love

Leave a Reply

Your email address will not be published. Required fields are marked *