ଚଳନ୍ତା କାରରେ ମହିଳାଙ୍କୁ ଅପହରଣ ସହ ଦୁଷ୍କର୍ମ ଅଭିଯୋଗ, ରାସ୍ତାକଡରେ ମହିଳାଙ୍କୁ ଫିଙ୍ଗି ଚାଲିଗଲା ଅଭିଯୁକ୍ତ

ପୁନେ : ମହାରାଷ୍ଟ୍ରରେ ଥିବା ପୁନେ ଜିଲ୍ଲାରେ ଏକ ଘଟଣା ନଜରକୁ ଆସିଛି । ୨୩ ବର୍ଷର ଏକ ମହିଳାଙ୍କର ଅପହରଣ କରାଯାଇଛି । ଏହାପରେ ଚଳନ୍ତା କାରରେ ତାଙ୍କ ସହ ଦୁଷ୍କର୍ମ ହୋଇଛି । ପରେ ତାଙ୍କୁ ରାସ୍ତା ପାଖରେ ଫୋପାଡି ଦିଆ ଯାଇଛି । ଏଭଳି ଏକ ଘଟଣା ଶୁକ୍ରବାର ଓ ଶନିବାର ରାତି ମଧ୍ୟରେ ହୋଇଛି ।

ପୋଲିସ୍ ଏହି ଘଟଣାରେ ୩୫ ବର୍ଷର ଏକ ବ୍ୟକ୍ତିଙ୍କୁ ଗିରଫ କରିଛି । ମହିଳା ଜଣଙ୍କ ପୋଲିସ ଅଧିକାରୀଙ୍କୁ କହିଥିଲେ ଅଭିଯୁକ୍ତ ତାଙ୍କୁ ବିଭିନ୍ନ ସ୍ଥାନକୁ ନେବା ସହ ତାଙ୍କ ସହ ବାରମ୍ବାର ଦୁଷ୍କର୍ମ କରିଛି । ଏହି ଘଟଣାକୁ ପୋଲିସ ତଦନ୍ତ କରୁଛି ।

ସୂଚନାଅନୁସାର ପୋଲିସ ଅଧିକାରୀ କହିଛନ୍ତି ଏହି ଘଟଣାଟି ମୁମ୍ବାଇ ଠାରୁ ୮୦ କିଲୋମିଟର ଦୁରରେ ଥିବା ଏକ ଅଞ୍ଚଳରେ ହୋଇଛି । ଯାହାକି ଏକ ପର୍ଯଟନ ସ୍ଥାନ । ତେବେ ପାଡିତା କହିଛନ୍ତି ଜଣେ ୩୫ ବର୍ଷୀୟ ଯୁବକଙ୍କୁ ଗିରଫ କରାଯାଇଛି । ମହିଳାଙ୍କ ଅଭିଯୋଗ ଅନୁସାରେ ସେହି ବ୍ୟକ୍ତି ଟି ସ୍ଥାନୀୟ ଅଞ୍ଚଳର ବୋଲି ଜଣାପଡିଛି ।

ମହିଳାଙ୍କ ବୟାନ ଅନୁସାରେ ଅଧିକାରୀ କହିଛନ୍ତି ଏକ କାର ତାଙ୍କ ପାଖରେ ଅଟକି ଥିଲା । କାର ଭିତରୁ ଜଣେ ବ୍ୟକ୍ତି ତାଙ୍କୁ ବଳ ପୂର୍ବକ ଭାବରେ କାର୍ ଭିତରକୁ ଟାଣି ନେଇଥିଲା । ଏହାପରେ ଅଭିଯୁକ୍ତ ତାଙ୍କୁ ଏକ ଶୁନସାନ ସ୍ଥାନକୁ ନେଇ ଯାଇଥିଲା । ଏହାପରେ ମହିଳାଙ୍କୁ ଚଳନ୍ତା ଗାଡିରେ ଦୁଷ୍କର୍ମ କରିଥିଲା ଅଭିଯୁକ୍ତ । ପୀଡିତା କହିଥିଲେ କି ତାଙ୍କୁ ଅଲଗା ଅଲଗା ରାସ୍ତାରେ ନିଆଯାଇଥିଲା ବୋଲି ଆରୋପ କରାଯାଇଥିଲା ଓ ଏହାପରେ ତାଙ୍କୁ ବାରମ୍ବାର ଦୁଷ୍କର୍ମ କରାଯିବା ପରେ ତାଙ୍କୁ ରାସ୍ତାରେ ଫୋପାଡି ଦିଆଯାଇଥିଲା ।

ଏହାପରେ ଉକ୍ତ ମହିଳା ନିକଟରେ ଥିବା ଥାନାକୁ ଯାଇ ଅଭିଯୁକ୍ତଙ୍କ ବିରୋଧରେ ଏକ ଏତଲା ରୁଜୁ କରିଥିଲେ । ତେବେ ଏହି ଘଟଣାକୁ ଆଧାର କରି ପୋଲିସ ଅଭିଯୁକ୍ତଙ୍କ ବିରୋଧରେ ନ୍ୟାୟ ସଂହିତା ୬୪(୨) ଏବଂ ୧୩୮ରେ ଏକ ମାମଲା ରୁଜୁ କରିଛି । ଏହାପରେ ଅଧିକାରୀ ଅଭିଯୁକ୍ତକୁ ଗିରଫ କରିଛି ।

ଅଧିକାରୀ କହିଛନ୍ତି ମହିଳା ପ୍ରଥମରେ ଦାବି କରିଛନ୍ତି କି ତାଙ୍କୁ ୩ ଜଣ ଲୋକ ଦୁଷ୍କର୍ମ କରିଛନ୍ତି । କିନ୍ତୁ ତଦନ୍ତ ପରେ ଜଣାପଡିଲା କି କାରରେ କେବଳ ଜଣେ ହିଁ ବ୍ୟକ୍ତି ଥିଲେ । ଅଭିଯୁକ୍ତଟି ମହିଳାଙ୍କୁ ପୂର୍ବରୁ ଜାଣିଥିଲା ବୋଲି ତଦନ୍ତ ସମୟରେ ଜଣା ପଡିଛି । ଏବେ ଘଟଣାର ଆହୁରି ତଦନ୍ତ ଜାରି ରହିଛି ।

Spread the love