ଚାଷୀଙ୍କୁ ଆଶ୍ବସ୍ତ କଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ: କହିଲେ, ହତାଶ ହୁଅନ୍ତୁନି କିଣାଯିବ ସବୁ ଧାନ
ରାଜ୍ୟର ବିଭିନ୍ନ ସ୍ଥାନରେ ଧାନ ମଣ୍ଡିକୁ ନେଇ ଚାଷୀମାନେ ରାଜରାସ୍ତାକୁ ଓହ୍ଲାଉଥିବା ବେଳେ ଆଶ୍ବସ୍ତି କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ । କହିଛନ୍ତି, ସବୁ ଚାଷୀଙ୍କ ଧାନ କିଣାଯିବ । ଚାଷୀମାନେ ହତୋତ୍ସାହିତ ହୁଅନ୍ତୁ ନାହିଁ । କଳାହାଣ୍ଡି ଉତ୍ସବ ଘୁମୁରା ମହୋତ୍ସବ ମଞ୍ଚରୁ ଚାଷୀ ମାନଙ୍କୁ ଏଭଳି କହି ଆଶ୍ବସ୍ତି କରିଛନ୍ତି ମୋହନ ମାଝୀ । ଆଜି କଳାହାଣ୍ଡି ଉତ୍ସବ ଘୁମୁରାର ଉଦ୍ଯାପନୀ ଦିବସରେ ମୁଖ୍ୟମନ୍ତ୍ରୀ ସାମିଲ୍ ହୋଇଥିଲେ । ଏହା ପୂର୍ବରୁ କଳାହାଣ୍ଡିର ଅଧିଷ୍ଠାତ୍ରୀ ଦେବୀ ମା’ ମାଣିକେଶ୍ବରୀଙ୍କ ପୀଠକୁ ଯାଇ ମାଆଙ୍କୁ ଦର୍ଶନ କରିଥିଲେ । ଏହି ଅବସରରେ ମୁଖ୍ୟମନ୍ତ୍ରୀ କଳାହାଣ୍ଡି ଜିଲ୍ଲା ପାଇଁ ପ୍ରାୟ ୮୯୧.୩୯ କୋଟି ଟଙ୍କା ବିନିମୟରେ ୩ ହଜାର ୬୧୨ଟି ପ୍ରକଳ୍ପର ଲୋକାର୍ପଣ କରିଥିଲେ ।
