ଜଣେ ମହିଳା ଯାଆଁଳା ଭାଇଙ୍କୁ କରୁଛନ୍ତି ଡେଟ୍, ସୋସିଆଲ ମିଡିଆରେ ହେଉଛନ୍ତି ଭାଇରାଲ୍
ଥାଇଲାଣ୍ଡ: ଥାଇଲାଣ୍ଡରୁ ଆସିଛି ଏକ ଆଶ୍ଚର୍ଯ୍ୟଜନକ କାହାଣୀ । ଯେଉଁଥିରେ ଜଣେ ମହିଳା ଏକା ସମୟରେ ଦୁଇ ଯାଆଁଳା ଭାଇଙ୍କୁ ଡେଟ୍ କରୁଛନ୍ତି । ସେମାନେ ଏକାଠି ରହିବା ପାଇଁ ସେମାନଙ୍କ ପରିବାରରୁ ଅନୁମତି ପାଇଛନ୍ତି । ତିନିଜଣ ଏକାଠି ରୁହନ୍ତି, ଏକାଠି ବୁଲନ୍ତି, ଏବଂ ମହିଳା ଜଣକ ପ୍ରାୟତଃ ଦୁଇ ଭାଇଙ୍କ ମଧ୍ୟରେ ବସିଥିବା କିମ୍ବା ଶୋଇଥିବା ତାଙ୍କର ରୋମାଣ୍ଟିକ ମୁହୂର୍ତ୍ତର ଫଟୋ ସୋସିଆଲ ମିଡିଆରେ ମଧ୍ୟ ସେୟାର କରନ୍ତି ।
ଏକ ରିପୋର୍ଟ ଅନୂଯାୟୀ, ଥାଇଲାଣ୍ଡର ନାଖୋନ୍ ଫାନୋମର ଜଣେ ୨୪ ବର୍ଷୀୟ ମହିଳା ଯାହାଙ୍କ ନାମ ଫାହ । ନିକଟରେ ସୋସିଆଲ ମିଡିଆରେ ତାଙ୍କର ଅପାରମ୍ପରିକ ସମ୍ପର୍କର ବିବରଣୀ ସେୟାର କରି ଖୁବ୍ ଚର୍ଚ୍ଚାରେ ଅଛନ୍ତି । ଫାହ ଗୋଟିଏ ବର୍ଷରୁ ଅଧିକ ସମୟ ଧରି ଏକ ସମ୍ପର୍କ ଖୋଜୁଥିଲେ ଯେପର୍ଯ୍ୟନ୍ତ ଯାଆଁଳା ଭାଇ, ସୁଆ ଏବଂ ସିଙ୍ଗ ତାଙ୍କ ସହିତ ଯୋଗାଯୋଗ କରିନଥିଲେ । ସାନ ଯାଆଁଳା ଭାଇ ସୁଆ କହିଛନ୍ତି ଯେ ସେ ପ୍ରଥମେ ଫାହଙ୍କୁ ମେସେଜ କରିଥିଲେ ଏବଂ ପରେ ତାଙ୍କ ଭାଇଙ୍କୁ ତାଙ୍କ ସହିତ ଯୋଗାଯୋଗ କରିବାକୁ ଉତ୍ସାହିତ କରିଥିଲେ ।
ଫାହ ଯେତେବେଳେ ତାଙ୍କ ପାଠପଢ଼ା ସାରିଥିଲେ, ସେତେବେଳେ ଏହି ତିନିଜଣ ଡେଟିଂ ଆରମ୍ଭ କରିଥିଲେ । ଉଭୟଙ୍କ ପରିବାର ଏହି ସମ୍ପର୍କକୁ ସମର୍ଥନ କରିଥିଲେ । ଏକ ରିପୋର୍ଟ ଅନୁଯାୟୀ, ଯାଆଁଳା ଭାଇ ଫାହଙ୍କଠାରୁ ଗୋଟିଏ ବର୍ଷ ସାନ ଏବଂ ଏଗ୍ରିକଲିଚର ମିସେନାରି ସର୍ଭିସରେ କାମ କରନ୍ତି । ଫାହ ସେମାନଙ୍କର ସମ୍ପର୍କକୁ ମଜବୁତ୍ ରଖିଛନ୍ତି ବୋଲି କହିଛନ୍ତି।
ଏଥିସହ ଜାଣିରଖନ୍ତୁ ଯେ, ଫାହ କହିଛନ୍ତି ଯେ ଯଦି ସେ କେବେ ଗର୍ଭବତୀ ହୁଅନ୍ତି, ତେବେ ଜନ୍ମ ପ୍ରମାଣପତ୍ରରେ ସଠିକ୍ ନାମ ଲେଖାଯିବା ନିଶ୍ଚିତ କରିବା ପାଇଁ ସେ ଡିଏନଏ ଟେଷ୍ଟ କରାଇବେ । ସେ ଆଶା କରୁଛନ୍ତି ଯେ ତାଙ୍କ ପିଲା ଉଭୟ ଭାଇଙ୍କୁ ‘ବାପା’ ଡାକିବେ । ଫାହ ଆହୁରି ମଧ୍ୟ କହିଛନ୍ତି ଯେ ଏହି ସମ୍ପର୍କ ତାଙ୍କର ବ୍ୟକ୍ତିଗତ ପସନ୍ଦ । ଯାହା ବର୍ତ୍ତମାନ୍ ଫାହଙ୍କ କାହାଣୀ ସୋସିଆଲ ମିଡିଆରେ ଚର୍ଚ୍ଚା ଯୋର ଧରିଛି ।
