ଜଣ୍ଡିସ ଆକ୍ରାନ୍ତର କାରଣ ଖୋଜୁଛି ମେଡିକାଲ ଟିମ୍, ୧୯୭ ପିଲାଙ୍କ ରକ୍ତ ନମୁନା ସଂଗ୍ରହ
ଢେଙ୍କାନାଳ : ଜଣ୍ଡିସ ଆକ୍ରାନ୍ତର କାରଣ ଖୋଜୁଛି ମେଡିକାଲ ଟିମ୍ । ଢେଙ୍କାନାଳ ଗଂଦିଆ ବ୍ଲକ ବିଶ୍ଵନାଥପୁର ଆଦର୍ଶ ବିଦ୍ୟାଳୟପେ ୧୦ରୁ ଅଧିକ ଛାତ୍ରଛାତ୍ରୀ ଜଣ୍ଡିସ୍ ଆକ୍ରାନ୍ତ ପରେ ଚାଲିଛି କାରଣ ଖୋଜା । ସ୍କୁଲରେ ସିଡିଏମଓଙ୍କ ତତ୍ତ୍ୱାବଧାନରେ ମେଡିକାଲ ଟିମ୍ ପହଞ୍ଚି ୧୯୭ ପିଲାମାନଙ୍କ ରକ୍ତ ନମୁନା ସଂଗ୍ରହ କରିଛନ୍ତି । ଏଥିସହ ପାଣି ନମୁନା ଓ ମଧ୍ୟାହ୍ନ ଭାଜନର ମଧ୍ୟ ପରୀକ୍ଷା କରାଯାଇଛି । ସ୍କୁଲର ଦାୟିତ୍ବହିନତା ଓ ଦୂଷିତ ପାଣି ଅସ୍ୱାସ୍ଥ୍ୟକର ପରିବେଶ ପାଇଁ ଏଭଳି ପରିସ୍ଥିତି ସୃଷ୍ଟି ହୋଇଥିବା ଅଭିଯୋଗ କରିଛନ୍ତି ଛାତ୍ରଛାତ୍ରୀ ଓ ଅଭିଭାବକ ।
ଅନ୍ୟପଟେ ସିଡିଏମଓଙ୍କ ନେତୃତ୍ବରେ ଏକ ମେଡ଼ିକାଲ ଟିମ ପହଞ୍ଚି ୧୯୭ ଛାତ୍ରଛାତ୍ରୀଙ୍କର ରକ୍ତ ନମୁନା ସଂଗ୍ରହ କରିଛନ୍ତି । ଦୁଇ ଦିନ ମଧ୍ୟରେ ଏହାର ରିପୋର୍ଟ ଆସିବା ପରେ ଆଉ କେତେ ପିଲା ଜଣ୍ଡିସର ଶିକାର ହୋଇଛନ୍ତି ସେନେଇ ସ୍ପଷ୍ଟ ହେବ । ଅନ୍ୟ ଯେଉଁ ଛାତ୍ରଛାତ୍ରୀମାନେ ଅନୁପସ୍ଥିତ ଅଛନ୍ତି ସେମାନଙ୍କ ଘରକୁ ଯାଇ ମେଡିକାଲ ଟିମ୍ ରକ୍ତ ନମୁନା ସଂଗ୍ରହ କରିବ ବୋଲି କହିଛନ୍ତି ସିଡିଏମଓ । ଜନସ୍ଵାସ୍ଥ ଅଧିକାରୀ,ଜିଲ୍ଲା ପାନୀୟ ଜଳ ଯୋଗାଣ ଅଧିକାରୀ ପହଞ୍ଚି ମଧ୍ୟାନ୍ନ ଭୋଜନ ମାନ ପରୀକ୍ଷା କରିବା ସହ ପାଣି ପରୀକ୍ଷା ମଧ୍ୟ କରିଛନ୍ତି ।
