ଜାତିସଂଘରେ ପାକିସ୍ତାନ ଉପରେ ବର୍ଷିଲେ ଭାରତର ସ୍ଥାୟୀ ପ୍ରତିନିଧି, ଆତଙ୍କବାଦ ବନ୍ଦ ନହେବା ଯାଏଁ ସିନ୍ଧୁ ଜଳ ଚୁକ୍ତି ସ୍ଥଗିତ ରହିବ

ପାକିସ୍ତାନର କେବଳ ଗୋଟିଏ ଏଜେଣ୍ଡା, ଭାରତର କ୍ଷତି କରିବା ।  ପାକିସ୍ତାନ ଉପରେ ବର୍ଷିଛନ୍ତି ଜାତିସଂଘରେ ଭାରତର ସ୍ଥାୟୀ ପ୍ରତିନିଧି ପି ହରିଶ। ଆତଙ୍କବାଦକୁ କେବେ ବି ଭାରତ ପ୍ରୋତ୍ସାହନ ଦେବ ନାହିଁ ବୋଲି କହିଛନ୍ତି ଭାରତୀୟ ରାଷ୍ଟ୍ରଦୂତ। ଅପରେସନ ସିନ୍ଦୂର ବେଳେ ପାକିସ୍ତାନର ମିଛ ପ୍ରଚାର କରିଥିଲା ।

ମେ ୯ ତାରିଖ ପର୍ଯ୍ୟନ୍ତ ପାକିସ୍ତାନ ଜୋରଦାର ଆକ୍ରମଣ ପାଇଁ ଭାରତକୁ ଧମକ ଦେଉଥିଲା ।  ହେଲେ ମେ ୧୦ ତାରିଖରେ ପାକିସ୍ତାନୀ ସେନା ଅଧିକାରୀ ସିଧାସଳଖ ଫୋନ କରି ଯୁଦ୍ଧ ରୋକିବାକୁ କହିଥିଲେ। ଭାରତୀୟ ସେନା ଆକ୍ରମଣରେ ପାକିସ୍ତାନର ବହୁ ଏୟାର ବେସ ନଷ୍ଟ ହୋଇଥିଲା ।

ଆମେ ଏହାର ଫଟୋ ଲୋକଙ୍କୁ ଦେଖାଇଥିଲୁ। ଯାହା ଏବେ ବି ଲୋକେ ଦେଖିପାରିବେ। ପାକିସ୍ତାନ ଆତଙ୍କବାଦକୁ ନିଜର ନୀତି କରିଛି। ତେଣୁ କଶ୍ମୀର ଭଳି ଭାରତର ଆଭ୍ୟନ୍ତରୀଣ ବ୍ୟାପାରରେ ମନ୍ତବ୍ୟ ଦେବାର କୌଣସି ଅଧିକାର ପାକିସ୍ତାନର ନାହିଁ। ସୀମାପାର ଆତଙ୍କବାଦ ବନ୍ଦ ନହେବା ଯାଏଁ ସିନ୍ଧୁ ଜଳ ଚୁକ୍ତି ସ୍ଥଗିତ ରହିବ ବୋଲି ଭାରତ ସ୍ପଷ୍ଟ କରିଛି।

ସେହିପରି ପାକିସ୍ତାନରେ ନିକଟରେ ହୋଇଥିବା ୨୭ତମ ସମ୍ବିଧାନ ସଂଶୋଧନକୁ ମଧ୍ୟ ଭାରତ ସମାଲୋଚନା କରିଛି। ଏହି ସଂଶୋଧନ ଜରିଆରେ ପାକିସ୍ତାନ ସେନା ମୁଖ୍ୟ ଜେନେରାଲ ଅସୀମ ମୁନୀରଙ୍କୁ ‘ଫିଲ୍ଡ ମାର୍ଶଲ’ ପଦବୀ ସହ ଆଜୀବନ ସୁରକ୍ଷା (immunity) ପ୍ରଦାନ କରାଯାଇଛି, ଯାହାକୁ ଗଣତନ୍ତ୍ରର ହତ୍ୟା ବୋଲି ଭାରତୀୟ ରାଷ୍ଟ୍ରଦୂତ କହିଛନ୍ତି।

Spread the love