ଜୁଆ ଖେଳ ପାଇଁ ଆଉ ଜେଲ ଯିବାକୁ ପଡ଼ିବନି, ଜରିମାନା ଦେଇ ଖସିଯିବେ ଜୁଆଡି !
ଭୁବନେଶ୍ୱର : ରାଜ୍ୟରେ ଜୁଆ ଖେଳିକି ଧରାପଡ଼ିଲେ ଆଉ ଜେଲ୍ ଯିବାକୁ ପଡ଼ିବନି । କେବଳ ଜରିମାନା ଦେଇଦେଲେ ସରକାର ଜୁଆ ଖେଳିବାଜନିତ ଅପରାଧକୁ ମାଫ୍ କରିଦେବେ । ଗତକାଲି ବିଧାନସଭାରେ ଓଡିଶା ଜନ ବିଶ୍ୱାସ ବିଲ୍ ପାରିତ ହୋଇଛି । ଏହି ବିଲ୍ ରେ ୯ ଟି ବିଭାଗର ୧୬ ଟି ଆଇନରେ ସଂଶୋଧନ କରିଛନ୍ତି ସରକାର ।
ଓଡିଶା ଜୁଆ ଖେଳ ପ୍ରତିରୋଧ ଅଧିନିୟମରେ ଥିବା ଜେଲ ଦଣ୍ଡ ବ୍ୟବସ୍ଥାକୁ ଉଠାଇ ଦିଆଯାଇଛି । ଏଣିକି ଜେଲ ଦଣ୍ଡ ବଦଳରେ ଜରିମାନା ବ୍ୟବସ୍ଥା ଲାଗୁ ହେବ । ଜୁଆ ଖେଳିଲେ ପୂର୍ବରୁ ଯେଉଁ ଜରିମାନା ୧୦୦ ଟଙ୍କା ଥିଲା ତାକୁ ୫ ହଜାର ଟଙ୍କା କରାଯାଇଛି, କାରାଦଣ୍ଡ କ୍ଷେତ୍ରରେ ୭୫ ହଜାର ଟଙ୍କା ପର୍ଯ୍ୟନ୍ତ ଜରିମାନା ରଖାଯାଇଛି । ପୂର୍ବରୁ ଜୁଆ ଖେଳିଲେ ଯେଉଁ ୧ମାସରୁ ୬ ମାସ ପର୍ଯ୍ୟନ୍ତ କାରାଦଣ୍ଡ ଥିଲା ତାହାକୁ ସଂପୂର୍ଣ୍ଣ ଭାବେ ଉଠାଇ ଦିଆଯାଇଛି ।
ଏହାକୁ ନେଇ ବିରୋଧୀ ସରକାରଙ୍କୁ ଘେରିଛନ୍ତି । ଜୁଆ ଖେଳକୁ ସରକାର ମାନ୍ୟତା ଦେଇଦେଲେ । ଏହା ବିଶ୍ୱାସଘାତକ ବିଲ୍ । ଏବେ ଜୁଆ ଖେଳରେ ଆଉ ରୋକ ରହିବ ନାହିଁ । ପୂର୍ବରୁ ଜୁଆ ଖେଳିଲେ ଯେଉଁ ୧ ମାସରୁ ୬ ମାସ ପର୍ଯ୍ୟନ୍ତ କାରାଦଣ୍ଡ ଥିଲା ତାହାକୁ ସଂପୂର୍ଣ୍ଣ ଭାବେ ଉଠାଇ ଦିଆଯାଇଛି । ସେପଟେ ଲୋକଙ୍କୁ ବିଭ୍ରାନ୍ତ କରିବା ପାଇଁ ବିରୋଧୀ ଉଦ୍ୟମ କରୁଛନ୍ତି ବୋଲି ବିଜେପି କହିଛି ।
