ଜୁନ ୩୦ ରୁ ମାଟ୍ରିକ ସପ୍ଲିମେଣ୍ଟାରି ପରୀକ୍ଷା

ଭୁବନେଶ୍ୱର : ଜୁନ ୩୦ ରୁ ମାଟ୍ରିକ ସପ୍ଲିମେଣ୍ଟାରି ପରୀକ୍ଷା। ଜୁଲାଇ 10 ତାରିଖ ପର୍ଯ୍ୟନ୍ତ ଚାଲିବ ଏହି ପରୀକ୍ଷା । ମୁକ୍ତ ବିଦ୍ୟାଳୟ ଦ୍ୱିତୀୟ ପରୀକ୍ଷା ଓ ହାଇସ୍କୁଲ୍ ସାର୍ଟିଫିକେଟ ସପ୍ଲିମେଣ୍ଟାରି ପରୀକ୍ଷା ଏକା ସଙ୍ଗରେ ହେବ । ଉଭୟ ରେଗୁଲାର ଓ ଏକ୍ସ ରେଗୁଲାର ପରୀକ୍ଷାର୍ଥିଙ୍କ ପାଇଁ ହାଇସ୍କୁଲ୍ ସାର୍ଟିଫିକେଟ ସପ୍ଲିମେଣ୍ଟାରି ପରୀକ୍ଷା ହେଉଥିବା ବେଳେ ଗୋଟିଏ ସିଟିଂରେ ପରୀକ୍ଷା ହେବ ।  ସକାଳ 9 ଟାରୁ ସାଢେ଼ 11ଟା ପର୍ଯ୍ୟନ୍ତ ପରୀକ୍ଷା ଚାଲିବ। ଜୁଲାଇ 4ତାରିଖରେ ଗଣିତ ହେବାକୁ ଥିବାବେଳେ ସେଥିପାଇଁ 15 ମିନିଟ ଅଧିକ ସମୟ ଦିଆଯିବ ବୋଲି ମାଧ୍ୟମିକ ଶିକ୍ଷା ପରିଷଦର ସଭାପତି ଶ୍ରୀକାନ୍ତ ତରାଇ କଳୀଙ୍ଗ ଟିଭିକୁ ସୂଚନା ଦେଇଛନ୍ତି ।

Spread the love