ଠାକୁର ହାଟ ବଜାର ସୁନା ଦୋକାନରୁ ୫୦ ଲକ୍ଷ ଟଙ୍କାରୁ ଅଧିକ ଚାନ୍ଦି ଗହଣା ଚୋରି
କେନ୍ଦ୍ରାପଡ଼ା : ଲୁଟିନେଲେ ୫୦ ଲକ୍ଷ ଟଙ୍କାରୁ ଅଧିକ ଚାନ୍ଦି ଗହଣା । କେନ୍ଦ୍ରାପଡ଼ା ଜିଲ୍ଲା ସଦର ଥାନା ଠାକୁର ହାଟ ବଜାରରୁ ସୁନା ଦୋକାନରୁ ଚୋରି ଅଭିଯୋଗ । ୪ ଜଣ ଦୁର୍ବୃତ୍ତ ଗ୍ୟାସ କଟରରେ କାଟି ବାସୁଦେବ ଅଳଙ୍କାରରୁ ସୁନାଗହଣା ଲୁଟି ନେଇଛନ୍ତି। ଘଟଣା ସ୍ଥଳରେ ବାଇକ, ଗ୍ୟାସ କଟର, ଟୋପି, ହେଲେମେଟ ଓ ଗ୍ଲୋଭସ ଛାଡ଼ି ପଳାଇଛନ୍ତି । ସୁନା ବ୍ୟବସାୟୀ ଦୀପ୍ତି ରଞ୍ଜନ ସାହୁ ରାତିରେ ମୋବାଇଲରେ ଦୋକାନକୁ ଅନଲାଇନ ଚେକ୍ କରୁଥିଲେ । ସେହି ସମୟରେ ଦୋକାନ ଆଗରେ ଦୁଇ ତିନି ଜଣ କିଏ ଠିଆ ହୋଇ ଥିବାର ଦେଖି ପୋଲିସକୁ ଫୋନ୍ କରିଥିଲେ । ପୋଲିସ ଓ ସାଇଣ୍ଟିଫିକ୍ ଟିମ୍ ପହଞ୍ଚି ତଦନ୍ତ ଚଳାଇଛି ।
