ଡ୍ରେନେଜ୍ ସମସ୍ୟାର ସମାଧାନ କରିବ ବିଏମ୍‌ସି; ସର୍ଭେ କାମ ଆରମ୍ଭ

ଭୁବନେଶ୍ୱର: ଭୁବନେଶ୍ୱରରେ ଡ୍ରେନେଜ ମାଷ୍ଟର ପ୍ଲାନ ସମ୍ବନ୍ଧୀୟ ଏବଂ ଷ୍ଟର୍ମ ଓ୍ୱାଟର ମ୍ୟାନେଜମେଣ୍ଟକୁ ନେଇ ଏକ ସମୀକ୍ଷା ବୈଠକ ଆଜି ସନ୍ଧ୍ୟାରେ ଭୁବନେଶ୍ୱର ମହାନଗର ନିଗମ ମୁଖ୍ୟାଳୟରେ ଅନୁଷ୍ଠିତ ହୋଇଯାଇଛି। କମିସନର ଚଞ୍ଚଳ ରାଣାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ରୁର୍କୀ ଆଇଆଇଟିର ପ୍ରଫେସର ଡି.ଏସ୍ ଆର୍ଯ୍ୟ, ସିଟି ଇଂଜିନିୟର ବିଳାସ କୁମାର ବେହେରା, ଉପଜିଲ୍ଲାପାଳ ଡକ୍ଟର ମନୋରଂଜନ ସାହୁଙ୍କ ସମେତ ସ୍ମାର୍ଟ ସିଟି, ବିଡିଏ, ଆଇଏମ୍ ଡି, ଓସଡମା, ଜଳ ସଂପଦ ବିଭାଗ, ରାଜସ୍ୱ ବିଭାଗ, ଇଡକୋ ଏବଂ ବିଏମ୍ ସି ସମେତ ଅନ୍ୟାନ୍ୟ ଇଂଜିନିୟର ଓ ପ୍ରତିନିଧିମାନେ ଉପସ୍ଥିତ ଥିଲେ।

ଯୋଜନାର ଦୀର୍ଘ ମିଆଦି ଓ ସ୍ୱଳ୍ପ ମିଆଦି କାର୍ଯ୍ୟକାରିତାକୁ ଦୃଷ୍ଟିରେ ରଖି ଯୋଜନାର ରୂପାୟନ କରାଯିବ। ଜନସାଧାରଣଙ୍କର ସମସ୍ତ ପ୍ରକାର ସୁବିଧାକୁ ଦୃଷ୍ଟିରେ ରଖି ଯୋଜନା ପ୍ରସ୍ତୁତ କରାଯିବ। ପ୍ରକଳ୍ପ ରୂପାୟନ ପାଇଁ ଆଇଆଇଟି ରୁର୍କୀ ରୋଡ ମ୍ୟାପ୍ ପ୍ରସ୍ତୁତ କରିଛି। ସର୍ଭେ କାର୍ଯ୍ୟ ଆରମ୍ଭ କରିଛି। ରୁରୁକୀର ବୈଜ୍ଞାନିକମାନେ ଏହି ସର୍ଭେ କାର୍ଯ୍ୟ କରୁଛନ୍ତି। ବିଭିନ୍ନ ଦିଗକୁ ଦୃଷ୍ଟିରେ ରଖି ଡାଟା ସଂଗ୍ରହ କରାଯାଉଛି। ଏହି ଡାଟାକୁ ସାର୍ବଜନୀନ କରାଯିବ।  ସେମାନେ ଆରମ୍ଭ କରିଥିବା କାର୍ଯ୍ୟର ନିୟମିତ ସମୀକ୍ଷା କରାଯାଉଛି। ଆଜି ମଧ୍ୟ ଆଇଆଇଟି ରୁରୁକୀର ବୈଜ୍ଞାନିକମାନେ ସେମାନଙ୍କର ମଧ୍ୟବର୍ତ୍ତୀକାଳୀନ କାର୍ଯ୍ୟ ଅଗ୍ରଗତି ସଂପର୍କରେ ଆଲୋଚନା ହୋଇଥିଲା। ଏହି ସର୍ଭେ କାମ ଆସନ୍ତା ଡିସେମ୍ବର ସୁଦ୍ଧା ଶେଷ ହୋଇଯିବ ବୋଲି ଜଣାପଡ଼ିଛି।

Spread the love