ନବୀନ ରାହୁଲ ଗୋଟିଏମୁଦ୍ରାର ଦୁଇପାର୍ଶ୍ୱ
କଂଗ୍ରେସ ଏବଂ ବିଜେଡି ନିଜର ସ୍ବାର୍ଥପର ରାଜନୀତି ପାଇଁ ଆଜି ନିରୀହ ଛାତ୍ରଛାତ୍ରୀମାନଙ୍କୁ ଗୋଟି ଭାବେ ବ୍ୟବହାର କରୁଛନ୍ତି।
ଆମେ ଏହାର ଦୃଢ଼ ନିନ୍ଦା କରୁଛୁ। ଅତୀତର କଳା ଇତିହାସ: କେନ୍ଦ୍ରରେ UPA ୧ ଓ ୨ ସରକାର ଏବଂ ଓଡ଼ିଶାରେ ବିଜେଡିର ୨୪ ବର୍ଷର ଶାସନ କାଳରେ ଅନେକ ପେପର ଲିକ୍ (Paper Leak) ହୋଇଥିଲା। ସେତେବେଳେ କୌଣସି ମନ୍ତ୍ରୀ ଇସ୍ତଫା ଦେଇଥିଲେ କି? ଉତ୍ତର ହେଉଛି – ବିଲକୁଲ୍ ନାହିଁ! ନୈତିକତା ଓ ଦାୟିତ୍ୱବୋଧ: ଅନ୍ୟପଟେ ଓଡ଼ିଶାର ଗର୍ବ, କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଶ୍ରୀ ଧର୍ମେନ୍ଦ୍ର ପ୍ରଧାନ ନିଜେ ସାମ୍ବାଦିକ ସମ୍ମିଳନୀ କରି ନିଟ୍ (NEET) ପରୀକ୍ଷାରେ ହୋଇଥିବା ଅନିୟମିତତାକୁ ସ୍ୱୀକାର କରିଥିଲେ। ସେ ସମସ୍ତ ଦାୟିତ୍ୱ ନିଜ ମୁଣ୍ଡକୁ ନେଇ ସ୍ୱଚ୍ଛ ଓ ନିରପେକ୍ଷ ପରୀକ୍ଷା ପାଇଁ ପ୍ରତିଶ୍ରୁତି ଦେଇଥିଲେ ଏବଂ ତାହା ସଫଳତାର ସହ କରି ଦେଖାଇଲେ। ସୁଯୋଗବାଦୀ ରାଜନୀତି: ପରୀକ୍ଷା ସଫଳତାର ସହ ଶେଷ ହେବା ପରେ ବିରୋଧୀଙ୍କ ଚକ୍ରାନ୍ତ ଫେଲ୍ ମାରିଲା। ଏହାପରେ ସେମାନେ ସୋନମ ୱାଙ୍ଗଚୁକଙ୍କୁ ଆଗକୁ କରି ଭୋକ ହଡ଼ତାଲ୍ ଏବଂ ସଂସଦ ଘେରାଉ ନାଁରେ ହିଂସା ସୃଷ୍ଟି କରିବାକୁ ଚେଷ୍ଟା କରୁଛନ୍ତି। ବିଜେଡି, କଂଗ୍ରେସ ଏବଂ ଦେଶକୁ ଭାଗ ଭାଗ କରିବାକୁ ଚାହୁଁଥିବା ଟୁକଡ଼େ-ଟୁକଡ଼େ ଗ୍ୟାଙ୍ଗ୍ ସାବଧାନ ରୁହନ୍ତୁ! ଗଣତନ୍ତ୍ରକୁ ହତ୍ୟା କରିବା ଏବଂ ଅଶାନ୍ତି ଖେଳାଇବା ବନ୍ଦ କରନ୍ତୁ। ଆମ ଧୈର୍ଯ୍ୟର ପରୀକ୍ଷା ନିଅନ୍ତୁ ନାହିଁ!
