ପାଖେଇ ଆସୁଛି ଶାରଦୀୟ ଦୁର୍ଗା ପୂଜା, ଯୁଦ୍ଧକାଳିନ ଭିତ୍ତିରେ ଚାଲିଛି ମଣ୍ଡପ ନିର୍ମାଣ କାର୍ଯ୍ୟ

କୋଲକାତା: ପାଖେଇ ଆସୁଛି ଶାରଦୀୟ ଦୁର୍ଗା ପୂଜା । ମାସକ ପରେ ମା’ ଦୁର୍ଗା ଧରାବତରଣ କରିବେ । ଏନେଇ ସବୁଆଡ଼େ ଜୋରସୋରରେ ଚାଲିଛି ପ୍ରସ୍ତୁତି ପର୍ବ । ତେବେ ପଶ୍ଚିମବଙ୍ଗରେ ଏହି ପୂଜାକୁ ଧୁମଧାମରେ ପାଳନ କରିବା ପାଇଁ ଏବେଠୁ ବେଶ୍‌ ତତ୍ପର ହୋଇଉଠିଛନ୍ତି ବିଭିନ୍ନ ପୂଜା ପେଣ୍ଡାଲ । କୋଲକାତାରେ ଆରମ୍ଭ ହୋଇଛି ପ୍ରସ୍ତୁତି । ଯୁଦ୍ଧକାଳିନ ଭିତ୍ତିରେ ଚାଲିଛି ମଣ୍ଡପ ନିର୍ମାଣ କାର୍ଯ୍ୟ ।

ସମଗ୍ର ଦେଶରେ ନବରାତ୍ରି ଏବଂ ଦୁର୍ଗାପୂଜାକୁ ଧୂମଧାମରେ ପାଳନ କରାଯାଏ । କିନ୍ତୁ କୋଲକାତାରେ ଏହାର ବିଶେଷ କ୍ରେଜ ରହିଥାଏ । ଏହି ସମୟରେ ଭିନ୍ନ ଭିନ୍ନ ସୁନ୍ଦର ଥିମ୍ ର ପେଣ୍ଡାଲ ଖୁବ ଚର୍ଚ୍ଚାରେ ରହିଥାଏ । କୋଲକତା ଦୁର୍ଗାପୂଜା କେବଳ ଦେଶ ନୁହେଁ ଦେଶ ବାହାରେ ବି ପ୍ରସିଦ୍ଧି ଲାଭ କରିଛି । ଆଉ ଏହି ସମୟରେ ଲୋକଙ୍କ ଗହଳି ବି ବେଶ ଜମେ । କୋଲକତା ବାସୀ ଯେମିତି ଚାହିଁ ରହିଥାନ୍ତି ଏହି ପୂଜାକୁ । ପୂଜା ଆରମ୍ଭ ହେବା ମାତ୍ରେ ଭକ୍ତଙ୍କ ମନରେ ଯେମିତି ଏକ ଭିନ୍ନ ଉର୍ଜା ପଶିଯାଏ ।

Spread the love