ବଜେଟ ୨୦୨୬-୨୭ : ଧାର୍ମିକ ପର୍ଯ୍ୟଟନ ସ୍ଥଳକୁ ପ୍ରୋତ୍ସାହିତ କରିବା ପାଇଁ କରିଡର, ୧୦ ହଜାର ଗାଇଡଙ୍କୁ ଦିଆଯିବ ଟ୍ରେନିଂ

ନୂଆଦିଳ୍ଲୀ : ସଂସଦରେ ଆଜି ବଜେଟ ୨୦୨୬-୨୭ ଉପସ୍ଥାପନା କରିଛନ୍ତି ଅର୍ଥମନ୍ତ୍ରୀ । ଏହି ବର୍ଷ ବଜେଟ୍ ପର୍ଯ୍ୟଟନ ଉପରେ ଗୁରୁତ୍ୱପୂର୍ଣ୍ଣ ଧ୍ୟାନ ଦିଆଯାଇଛି ଏବଂ ମୋଦି ସରକାର ଧାର୍ମିକ ପର୍ଯ୍ୟଟନକୁ ପ୍ରୋତ୍ସାହିତ କରିବା ପାଇଁ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ନେଇଛନ୍ତି । ନିର୍ମଳା ସୀତାରମଣ ତାଙ୍କ ବଜେଟ ଭାଷଣରେ ୬ଟି ଉତ୍ତର-ପୂର୍ବ ରାଜ୍ୟରେ ଧାର୍ମିକ ପର୍ଯ୍ୟଟନକୁ ପ୍ରୋତ୍ସାହିତ କରିବା ପାଇଁ ଏକ କରିଡର ଘୋଷଣା କରିଥିଲେ । ବୌଦ୍ଧ ସର୍କିଟ କରିଡର ନାମରେ ନାମିତ ଏହି କରିଡରଟି ଅରୁଣାଚଳ ପ୍ରଦେଶ, ସିକିମ, ଆସାମ, ମଣିପୁର, ମିଜୋରାମ ଏବଂ ତ୍ରିପୁରାରେ ନିର୍ମାଣ କରାଯିବ । କରିଡର ଯୋଜନାରେ ମନ୍ଦିର ଏବଂ ମଠଗୁଡ଼ିକର ସଂରକ୍ଷଣ ପାଇଁ ପଦକ୍ଷେପ ମଧ୍ୟ ଅନ୍ତର୍ଭୁକ୍ତ ହେବ ।

ସେହିପରି ଛୋଟ ସହାରେ ତୀର୍ଥସ୍ଥଳକୁ ବିକଶିତ କରାଯିବ । ୨୦ ପର୍ଯ୍ୟଟନ ସ୍ଥଳରେ ୧୦ ହଜାର ଗାଇଡଙ୍କୁ ଦିଆଯିବ ଟ୍ରେନିଂ। ହାଇବ୍ରିଡ୍ ମୋଡରେ ୧୨ ସପ୍ତାହର ଟ୍ରେନିଂ ଦିଆଯିବ । IIM ସହଭାଗିତାରେ ପ୍ରଶିକ୍ଷଣ ଦିଆଯିବ । ପୂର୍ବ ଶିଳ୍ପ କରିଡରର ବିକାଶ ଘୋଷଣା କରି ସେ ପର୍ଯ୍ୟଟନସ୍ଥଳୀ ପାଇଁ ୪ ହଜାର ଇ-ବସ୍ ଯୋଗାଇବା ନେଇ ଘୋଷଣା କରିଥିଲେ ।

Spread the love