ବିବାହ ପାଇଁ ରାଜି ନହେବାରୁ ପ୍ରେମିକାର ଆତ୍ମହତ୍ୟା ଉଦ୍ୟମ

ନୟାଗଡ଼ :  ବିବାହ ପାଇଁ ରାଜି ନହେବାରୁ ପ୍ରେମିକାର ଆତ୍ମହତ୍ୟା ଉଦ୍ୟମ ।  ଥାନା ସମ୍ମୁଖରେ ଆତ୍ମହତ୍ୟା ଉଦ୍ୟମ କଲେ ଯୁବତୀ ।  ନୟାଗଡ଼ ଜିଲ୍ଲା ଫତେଗଡ ଥାନା ସମ୍ମୁଖରେ ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି ।  ଯୁବତୀ ଜଣକ ବିଷ ପିଇ ଆତ୍ମହତ୍ୟା ଉଦ୍ୟମ କରୁଥିବାବେଳେ ପ୍ରେମିକର ବାପା ଓ ପୋଲିସ ଅଟକାଇଛନ୍ତି ।

ଯୁବତୀଙ୍କର ଶିବ ନାରାୟଣ ନାମକ ଯୁବକଙ୍କ ସହ ପ୍ରେମ ସମ୍ପର୍କ ଥିଲା ।  ଉଭୟ ବିବାହ କରିବେ ବୋଲି ସ୍ଥିର କରିଥିଲେ ।  ବାହାଘର ପାଇଁ ପ୍ରସ୍ତୁତି ଚାଲିଥିବାବେଳେ ମନା କରିଥିଲେ ପ୍ରେମିକ ଶିବ ।  ଏନେଇ ପ୍ରେମିକା ଥାନା ଆଗରେ ବିଷ ପିଇ ଆତ୍ମହତ୍ୟା ଉଦ୍ୟମ କରିଛନ୍ତି ।  ଘଟଣା ପରେ ପ୍ରେମିକ ଶିବ ନାରାୟଣଙ୍କୁ ଗିରଫ କରିଛି ପୋଲିସ ।

Spread the love