ବିଶ୍ୱସ୍ତରୀୟ ଇକୋ ଟୁରିଜମ୍ ହବ୍ ପାଲଟିବ ସାତକୋଶିଆ ଆଭୟାରଣ୍ୟ, ତିଆରି ହେବ ଅତ୍ୟାଧୁନିକ ଭିତ୍ତିଭୂମି

ଅନୁଗୋଳ: ବଦଳିବ ସାତକୋଶିଆର ରୂପରେଖ । ନୂଆ ରୂପ ପାଇବ ସାତକୋଶିଆ ଅଭୟାରଣ୍ୟ । ବିଶ୍ବସ୍ତରୀୟ ଈକୋ ଟୁରିଜିମ ହେବ ସାତକୋଶିଆ । ଜୈବ ବିବିଧତା ଭରା ସାତକୋଶିଆ ଅଭୟାରଣ୍ୟ ହେବ ବିଶ୍ବସ୍ତରୀୟ ଇକୋଟୁରିଜିମ । ବଦଳିବ ଅନୁଗୋଳ ଜିଲ୍ଲାରେ ଥିବା ସାତକୋଶିଆ ଅଭ୍ୟାରଣ୍ୟର କଳେବର ।

ବିଶ୍ୱସ୍ତରୀୟ ଇକୋ ଟୁରିଜମ୍ ହବ୍ ପାଲଟିବ ସାତକୋଶିଆ ଆଭୟାରଣ୍ୟ । ପ୍ରାୟ ୧୦୦ କୋଟି ଟଙ୍କା ବ୍ୟୟରେ ତିଆରି ହେବ ଅତ୍ୟାଧୁନିକ ଭିତ୍ତିଭୂମି । ଏନେଇ ସୂଚନା ଦେଇଛନ୍ତି ସାତକୋଶିଆ ବନ୍ୟ ପ୍ରାଣୀ ଅଭ୍ୟାରଣ୍ୟର DFO । ସାତକୋଶିଆ DFO ଗଦାଧର ପାତ୍ର କହିଛନ୍ତି ୯୯ କୋଟି ୭୫ ଲକ୍ଷର ସବିଶେଷ ପ୍ରକଳ୍ପ ରିପୋର୍ଟ ଡିପିଆରକୁ ରାଜ୍ୟ ସରକାର ଅନୁମୋଦନ କରିଛନ୍ତି । ଏହି ପ୍ରକଳ୍ପ କାର୍ଯ୍ୟକାରୀ ହେଲେ ଅଭ୍ୟାରଣ୍ୟରେ ପର୍ଯ୍ୟଟକଙ୍କୁ ଆକୃଷ୍ଟ କରିବାକୁ ବ୍ୟାଘ୍ର ଅଭୟାରଣ୍ୟର ୬ଟି ସ୍ଥାନ ଚିହ୍ନଟ କରାଯାଇଛି ।

ଅଭ୍ୟାରଣ୍ୟର ପୁରୁଣାକୋଟ, ଜଗନ୍ନାଥପୁର, ଟିକରପଡାରେ ହେବ ନୂଆ ପ୍ରବେଶ ପଥ । ସେହିପରି ମହାନଦୀ ବନଖଣ୍ଡର ବାଲିପୁଟ, କୁସଙ୍ଗ ଓ ଛାମୁଣ୍ଡିଆଠାରେ ବି ନିର୍ମାଣ ହେବ ନୂଆ ପ୍ରବେଶ ପଥ । ଏହି ପ୍ରକଳ୍ପରେ ଫୁଡ୍ କୋର୍ଟ, ଫ୍ଲୋଟିଂ ଜେଟି, ବନ୍ ଫାୟାର୍, ୱାଚ୍ ଟାୱାର, ରିଭର ଭିୟୁ ଡେକ୍ ରହିବ । ସେପଟେ ପରିବେଶବିତ୍ କହିଛନ୍ତି ସାତକୋଶିଆ ବିଶ୍ବସ୍ତରୀୟ ଈକୋ ଟୁରିଜିମ ହେଉ କିନ୍ତୁ ଭିତ୍ତିଭୂମିର ବିକାଶ ସହ ଅଞ୍ଚଳବାସୀଙ୍କ ସମସ୍ୟା ଉପରେ ପ୍ରାଥମିକତା ଦେବ ଆବଶ୍ୟକ । ସେପଟେ ଆଠମଲ୍ଲିକ ବିଧାୟକ କହିଛନ୍ତି ଅଞ୍ଚଳବାସୀଙ୍କ ଜୀବନଜୀବିକା ଉପରେ ଗୁରୁତ୍ୱପୂର୍ଣ ଦିଆଯାଇ କାର୍ଯ୍ୟ କରାଯାଉ । ସାତକୋଶିଆ ବିଶ୍ବରେ ଏକ୍ ନମ୍ବର ଟୁରିଜିମ୍ ସ୍ପଟ ପାଲଟିବ । ତେଣୁ ଖୁସି ଅଛନ୍ତି ଅଞ୍ଚଳବାସୀ ।

Spread the love