ଭାଇଚାରାର ପ୍ରତୀକ ଭଦ୍ରକ ବ୍ରାହ୍ମଣଗାଁର ୫୦୦ ବର୍ଷ ପୁରୁଣା ଦୋଳ ମେଳଣ

ଭଦ୍ରକ: ଭଦ୍ରକ ଜିଲ୍ଲା ବାସୁଦେବପୁର ବ୍ଲକର ବ୍ରାହ୍ମଣଗାଁ । ଏଇଠି ରହିଛି ବାବା ପ୍ରସନ୍ନ କ୍ଷେମେଶ୍ଵର ମହାଦେବ ମନ୍ଦିର । ହରଙ୍କ ଠାରୁ ହରି ଅଭିର ନେବା ପାଇଁ ଲାଗିଛି ଲମ୍ୱା ଧାଡ଼ି । ବାଜୁଛି ବାଜା । ହଜାର ହଜାର ଭକ୍ତଙ୍କ ସମାଗମ ହୋଇଛି । ସୁସଜ୍ଜିତ ଅଲୋକ ମାଳା ସାଙ୍ଗଙ୍କୁ ଠାକୁରଙ୍କ ବିମାନ ସବୁ ସଜା ଯାଇଛି ଅତି ସୁନ୍ଦର ଭାବେ । ନାନା ଜାତିର ଫୁଲରେ ପୋତି ହୋଇଛନ୍ତି ଠାକୁର । କିଏ ସୋଲରେ ସଜ୍ଜାଇଛିତ ପୁଣି କିଏ ସୂକ୍ଷ୍ମ କାରୁକାର୍ଯ୍ୟ କରିଛି । ଅତି ଆନନ୍ଦରେ ଭକ୍ତମାନେ କାନ୍ଧରେ ଟେକି ଟେକି ନେଉଛନ୍ତି ବିମାନକୁ । ଶାନ୍ତି ଶୃଂଖଳା ରକ୍ଷା ପାଇଁ ପୋଲିସ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି ।

ବ୍ରାହ୍ମଣଗାଁର ଏହି ଦୋଳ ମେଳନ ହେଉଛି ୫୨୫ ବର୍ଷର ପୁରୁଣା । ୧୫୦୦ ଖ୍ରୀଷ୍ଟାବ୍ଦରେ ଚୈତନ୍ୟ ମହାପ୍ରଭୁଙ୍କ ଓଡିଶା ଆଗମନ ଦିନରୁ ଏହି ମେଳଣ ପାଳିତ ହୋଇ ଆସୁଅଛି । ବାବା ପ୍ରସନ୍ନ କ୍ଷେମେଶ୍ଵର ହେଉଛନ୍ତି ପାତାଳୀ ମହାଦେବ । ତାଙ୍କ ପାଖରେ ଅଭିର ଲାଗି ପାଇଁ ହୁଏ ହର ଓ ହରିଙ୍କ ମେଳଣ । ରାଧା ମାଧବ ଜୀୟୁ ହେଉଛନ୍ତି ଏ ମେଳଣର ମୁଖ୍ୟ ଠାକୁର । ୫ଗୋଟି ବିମାନକୁ ନେଇ ଆରମ୍ଭ ହୋଇଥିବା ମେଳଣ ଉତ୍ସବ । ପରେ ବୁଧବାର ଦିନ ୪୩ଟି ବିମାନରେ ପହଞ୍ଚି ଥିଲେ । ଠାକୁର ବାଡିଆମାନେ ନେଇ ଥାଆନ୍ତି ବିମାନର ଦାୟିତ୍ଵ । ବ୍ରାହ୍ମଣଗାଁର ଏହି ଉତ୍ସବ ଏକ ଗଣ ଉତ୍ସବରେ ପରିଣତ ହୋଇଛି । ଯେଉଁଥିରେ ହିନ୍ଦୁ ମୁସଲିମାନ ସମସ୍ତେ ମିଶି ଭାଇଚାରା ସହିତ ପର୍ବ ପାଳନ କରିଥାନ୍ତି ।

Spread the love

Leave a Reply

Your email address will not be published. Required fields are marked *