ଭାରତକୁ ଟାର୍ଗେଟ ପାକିସ୍ଥାନକୁ ପ୍ରେମ ପତ୍ର ! ମଝିରେ ମଝିରେ ଟ୍ରମ୍ପଙ୍କର ହେଉଛି କଣ ?

ଭାରତକୁ ଟାର୍ଗେଟ ପାକିସ୍ଥାନକୁ ପ୍ରେମ ପତ୍ର ! ଭାରତବାସୀଙ୍କ ପ୍ରଶ୍ନର ଉତ୍ତର ଦିଅ ଟ୍ରମ୍ପ… କାହିଁକି ବନ୍ଧୁ ସାଜି ପଛରୁ ଛୁରା ମାରୁଛ ? ଦର୍ଶକବନ୍ଧୁ ଏବେ ଏବେ ଡୋନାଲ୍ଡ ଟ୍ରମ୍ପଙ୍କର ପାକିସ୍ଥାନ ପ୍ରତି ପ୍ରେମ ବହୁତ ଉଛୁଳୁଛି । ତେବେ ଆପଣମାନଙ୍କ ମନରେ ପ୍ରଶ୍ନ ଉଠୁଥିବ ନିଶ୍ଚୟ ଡୋନାଲ୍ଡ ଟ୍ରମ୍ପଙ୍କର ମଝିରେ ମଝିରେ ଟ୍ରମ୍ପଙ୍କର ହେଉଛି କଣ ? ଏକଥା ଏଥିପାଇଁ ଆମେ କହୁଛୁ, ଟ୍ରମ୍ପଙ୍କର ଅଜବ ଅଜବ ନିଷ୍ପତ୍ତିକୁ ନେଇ ବର୍ତ୍ତମାନ ଚର୍ଚ୍ଚା ଉଠିଛି । ସାରା ଦୁନିଆ ଜାଣିଛି ଆତଙ୍କୀସ୍ତାନ ହେଉଛି ପାକିସ୍ତାନ । ବିଶ୍ବରେ ଆତଙ୍କବାଦକୁ ଯଦି କେହି ପ୍ରୋତ୍ସାହିତ କରୁଥାଏ ତେବେ ସିଏ ହେଉଛି ପାକିସ୍ତାନ । ପହଲଗାମ୍ ନରସଂହାର ଏବଂ ଅପରେସନ ସିନ୍ଦୂର ଏହାର ପ୍ରମାଣ ଦେଇଥିବା ବେଳେ ଭାରତ-ପାକିସ୍ତାନ ମଧ୍ୟରେ ଯୁଦ୍ଧ ବିରତି ପାଇଁ ମଧ୍ୟ କରିଥିବା ନେଇ ସବୁବେଳେ ଦାବି କରୁଥିବା ଟ୍ରମ୍ପଙ୍କ ନିଷ୍ପତ୍ତି ଏବେ ସମସ୍ତଙ୍କୁ ଚକିତ କରିଛି । ପାକିସ୍ତାନ ପ୍ରତି ଟ୍ରମ୍ପଙ୍କର ଅହେତୁକ ପ୍ରୀତି ଥିବା ପୂର୍ବରୁ ଜଣାଥିଲେ ବି ଏବେ ପୁଣିଥରେ ତାହା ପ୍ରମାଣିତ ହୋଇଛି ।

ଯେତେବେଳେ ଟ୍ରମ୍ପ ଭାରତକୁ ଟାରିଫ କଷି ଓ ପାକିସ୍ତାନ ସହ ଟ୍ରେଡ୍ କରିଛନ୍ତି । ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଅଜବ ବାଣିଜ୍ୟିକ ନୀତିକୁ ନେଇ ଅନ୍ତର୍ଜାତୀୟ ଗଣମାଧ୍ୟମରେ ଜୋରଦାର ଚର୍ଚ୍ଚା ବଢ଼ିବାରେ ଲାଗିଛି । ଭାରତ ଉପରେ ୨୫ ପ୍ରତିଶତର ଶୁଳ୍କ ଘୋଷଣା କରିବା ଠିକ୍ ପରେ ପଡ଼ୋଶୀ ପାକିସ୍ତାନ ସହ ବାଣିଜ୍ୟିକ କାରବାର ନେଇ ବଡ଼ ଘୋଷଣା କରିଛନ୍ତି ଆମେରିକା ରାଷ୍ଟ୍ରପତି । ଭାରତର ଶତ୍ରୁ ରାଷ୍ଟ୍ର ପାକିସ୍ତାନ ସହ ବଡ଼ ତୈଳ ଡିଲ୍ ନେଇ ଘୋଷଣା କରିଛନ୍ତି ଟ୍ରମ୍ପ ।

ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଭାରତ ପ୍ରତି କଠୋର ଆଭିମୁଖ୍ୟ ଗ୍ରହଣ କରି ୨୫ ପ୍ରତିଶତ ଶୁଳ୍କ (ଟାରିଫ୍‌) ଲଗାଇଛନ୍ତି। ଆସନ୍ତା ଅଗଷ୍ଟ ୧ରୁ ତାହା ଲାଗୁ କରାଯିବ ବୋଲି ସେ ଘୋଷଣା କରିଛନ୍ତି। କେବଳ ସେତିକି ନୁହେଁ, ରୁଷ୍ ସହ ସମ୍ପର୍କ ରଖିଥିବାରୁ ଭାରତକୁ ଅତିରିକ୍ତ ଜରିମାନା ଦଣ୍ଡ ମଧ୍ୟ ଦିଆଯାଇଛି। ଟ୍ରମ୍ପଙ୍କ ଏହି ଆଭିମୁଖ୍ୟ ପାଇଁ ଆଗାମୀ ଦିନରେ ଆମେରିକାକୁ ଭାରତର ରପ୍ତାନି ଗୁରୁତର ପ୍ରଭାବିତ ହେବା ଆଶଙ୍କା ସୃଷ୍ଟି ହୋଇଛି। ଟ୍ରମ୍ପଙ୍କ ଶୁଳ୍କ ଉପରେ ବାଣିଜ୍ୟ ଓ ଶିଳ୍ପ ମନ୍ତ୍ରଣାଳୟ ପ୍ରତିକ୍ରିୟା ଦେଇ କହିଛି ଯେ ଦ୍ବିପାକ୍ଷିକ ବାଣିଜ୍ୟ କାରବାର ଉପରେ ଆମେରିକା ରାଷ୍ଟ୍ରପତିଙ୍କ ବୟାନର ପ୍ରଭାବକୁ ସରକାର ଅନୁଧ୍ୟାନ କରୁଛନ୍ତି। ଏକ ଉଚିତ, ସନ୍ତୁଳିତ ଓ ଉଭୟ ପକ୍ଷ ପାଇଁ ଲାଭଦାୟକ ଦ୍ବିପାକ୍ଷିକ ରାଜିନାମା ଲାଗି ଭାରତ ଓ ଆମେରିକା କିଛି ମାସ ଧରି ଆଲୋଚନା କରୁଛନ୍ତି। ସେହି ଲକ୍ଷ୍ୟ ପ୍ରତି ଆମେ ପ୍ରତିବଦ୍ଧ ରହିଛୁ। ଆମ ଚାଷୀ, ଉଦ୍ୟୋଗୀ, ଏମଏସ୍‌ଏମ୍‌ଇର ସୁରକ୍ଷା ଓ ପ୍ରସାରକୁ ସରକାର ସର୍ବାଧିକ ଗୁରୁତ୍ବ ଦେଉଛନ୍ତି। ଜାତୀୟ ସ୍ବାର୍ଥର ସୁରକ୍ଷା ପାଇଁ ସରକାର ସମସ୍ତ ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବେ ବୋଲି ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି ।

Spread the love