ଭାରସାମ୍ୟ ହରାଇ ଗଛରେ ପିଟିହେଲା ବାଇକ, ୨ ମୃତ

ବ୍ରହ୍ମପୁର: ଭାରସାମ୍ୟ ହରାଇ ଗଛରେ ପିଟିହେଲା ବାଇକ । ୨ଜଣ ମୃତ, ଜଣେ ଗୁରୁତର । ଗୁରୁତର ପ୍ରଥମେ ପାତ୍ରପୁର ମେଡିକାଲ ପରେ ବ୍ରହ୍ମପୁର ଏମ କେ ସି ଜିକୁ ସ୍ଥାନାନ୍ତର । ବ୍ରହ୍ମପୁରର ଜରଡ଼ା ଥାନା ତମ୍ବାପୁର-ମନ୍ଦରଡ଼ା ରାସ୍ତାରେ ଦୁର୍ଘଟଣା ।

ବନମାଳୀ ଓ ତିତିଗାଁର ୩ଜଣ ଯୁବକ ସାଙ୍ଗ ହୋଇ ଦ୍ରୁତ ଗତିରେ ବାଇକରେ ଯାଉଥିବା ବେଳେ ଭାରସାମ୍ୟ ହରାଇ ଗଛରେ ପିଟି ହୋଇଯାଇଥିଲେ । ଘଟଣା ସ୍ଥଳରେ ହିଁ ଦୁଇ ଜଣଙ୍କର ମୃତ୍ୟୁ ହୋଇଯାଇଥିଲା । ମୃତକ ଦୁଇ ଜଣ ହେଉଛନ୍ତି ରାହୁଲ ନାଇକ ଏବଂ କେଦାର ନାଇକ ।

Spread the love