ମଦ ପିଇ ମାତାଲ ପ୍ରଧାନ ଶିକ୍ଷୟିତ୍ରୀଙ୍କ ସ୍ବାମୀ, କଟୁରୀ ଧରି ସ୍କୁଲ ପରିସରରେ କଲେ ହଙ୍ଗାମା

ଘଟଗାଁ : ମଦ ପିଇ ମାତାଲ ପ୍ରଧାନ ଶିକ୍ଷୟିତ୍ରୀଙ୍କ ସ୍ବାମୀ । କଟୁରୀ ଧରି ସ୍କୁଲ ପରିସରରେ କଲେ ହଙ୍ଗାମା । କେନ୍ଦୁଝର ଜିଲ୍ଲା ସାହାରପଡା ବ୍ଲକ ଜୟପୁର ପ୍ରାଥମିକ ବିଦ୍ୟାଳୟରେ ଉତ୍ତେଜନା । ସ୍କୁଲ ଚାଲୁ ଥିବା ସମୟରେ ପ୍ରଧାନ ଶିକ୍ଷୟିତ୍ରୀ ପୁନମି ନାଏକଙ୍କ ସ୍ଵାମୀ ବିଜୁ ନାଏକ ନିଶାସକ୍ତ ଅବସ୍ଥାରେ ଆତଙ୍କ ସୃଷ୍ଟି କରିଥିଲେ । ହାତରେ କଟୁରୀ ଧରି ଗାଁ ଲୋକଙ୍କୁ ମାରିଦେଵି କହି ଦୀର୍ଘ ସମୟ ଧରି ଧମକାଇ ଥିଲେ । କିଛି ସମୟରେ ସ୍କୁଲ ପରିସରରେ ହଙ୍ଗାମା କରିଥିଲେ ପ୍ରଧାନ ଶିକ୍ଷୟିତ୍ରୀଙ୍କ ସ୍ବାମୀ । ବିଦ୍ୟାଳୟ ପରିସରରେ ଅସଭ୍ୟ ଭାଷାରେ ଗାଳି ଗୁଲଜ କରିବା ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଛି ।

Spread the love