ମଧୁବାବୁଙ୍କୁ ଭାରତ ରତ୍ନ ,ଘୋଷଣା କରିବାକୁ ହାଇକୋର୍ଟର ପୂର୍ବତନ ବାର୍ ସଭାପତିଙ୍କ ଦାବି
ସାଲେପୁର : ମଧୁବାବୁଙ୍କୁ ଭାରତ ରତ୍ନ ସହ ଜନ୍ମସ୍ଥାନକୁ ଜାତୀୟ ସ୍ମାରକୀ ଘୋଷଣା କରିବାକୁ ଦାବି । ସାଲେପୁରରେ ରାଜ୍ୟ ସ୍ତରୀୟ ମଧୁବାବୁ ଜୟନ୍ତୀ ଅବସରରେ ଏହି ଦାବି କରିଛନ୍ତି ହାଇକୋର୍ଟ ବାର୍ ସଭାପତି । ଉତ୍କଳ ଗୌରବ ମଧୁସୂଦନ ଦାସ ଓଡ଼ିଆ ଜାତି ପାଇଁ ଯାହା କରି କରିଯାଇଛନ୍ତି ଚୀରସ୍ମରଣୀୟ ବୋଲି କହିଛନ୍ତି ମନୋଜ କୁମାର ଦାସ ।
ଏହା ସହ କହିଛନ୍ତି ମଧୁବାବୁ ସ୍ୱତନ୍ତ୍ର ଓଡିଶା ପ୍ରଦେଶ ଗଠନ କରିବାର ମୁଖ୍ୟ ବିନ୍ଧାଣି ରହିବା ସହିତ ଓଡ଼ିଆ ଜାତିର ସ୍ୱାଭିମାନ ପାଇଁ ଜୀବନ ଭରି କାର୍ଯ୍ୟ କରିଛନ୍ତି । ତେଣୁ ମଧୁବାବୁଙ୍କୁ ଭାରତ ରତ୍ନ ଏବଂ ତାଙ୍କ ଜନ୍ମ ସ୍ଥାନକୁ ଜାତୀୟ ସ୍ମାରକୀ ଘୋଷଣା ସହିତ ଏକ ଗବେଷଣା କେନ୍ଦ୍ର ଖୋଲିବା ପାଇଁ କୋଣ ଅନୁକୋଣରେ ରହୁଥିବା ପ୍ରତ୍ୟକ ଓଡ଼ିଆଙ୍କ ସ୍ୱର ହେଉ ବୋଲି କହିଥିଲେ ।
ଏହି ଅବସରରେ ଓଡିଶା ହାଇକୋର୍ଟର ବିଚାରପତି ଶଶୀକାନ୍ତ ମିଶ୍ର , ଓଡିଶା ହାଇକୋର୍ଟ ବାର୍ ସଭାପତି ମନୋଜ ମିଶ୍ର ଏବଂ ପୂର୍ବତନ ସଭାପତି ବିଜୟ କୁମାର ଦାସ, ବରିଷ୍ଠ ସାମ୍ବାଦିକ ଡକ୍ଟର ଶ୍ରୀରାମ ଦାସ ଯୋଗ ଦେଇଥିଲେ ।