ମନ୍ଦିରରେ ପୂଜା କରିବା ସମୟରେ ପ୍ରେମିକାର ଜୀବନ ନେବାକୁ ଚେଷ୍ଟାକଲା ପ୍ରେମିକ, ଘଟଣା ସ୍ଥଳରେ ପୋଲିସର ତଦନ୍ତ ଜାରି

ଉତ୍ତରପ୍ରଦେଶ : ମୈନପୁରୀ ଜିଲ୍ଲାର ଥାନା କୋତୱାଲି ଦୁର୍ଗ ନିକଟ ରାଣୀ ମନ୍ଦିରର ଏକ ଆଶ୍ଚର୍ଯ୍ୟକର ଘଟଣା ଘଟିଛି । ମନ୍ଦିର ଭିତରେ ପୂଜା କରୁଥିବା ସମୟରେ ପ୍ରେମିକାକୁ ଗୁଳି ମାଡ଼ କରିଛି ପ୍ରେମିକ । ମୋହଲ୍ଲା ଚୌଥିଆନାର ବାସିନ୍ଦା ହେଉଛନ୍ତି ଦିବ୍ୟାଂଶୀ ରାଠୋର । ସେ ସକାଳ ସମୟରେ ତାଙ୍କ ଘର ପାଖରେ ଥିବା ରାଣୀ ମନ୍ଦିରରେ ପୂଜା କରିବାକୁ ଯାଇଥିଲେ । ଏହାପରେ ଯୁବତୀଙ୍କ ପ୍ରେମିକ ରାହୁଲ ଦିବାକର ।

ଏକ ବେଆଇନ ଅସ୍ତ୍ରଶସ୍ତ୍ର ଧରି ମନ୍ଦିରରେ ପ୍ରବେଶ କରିଥିଲେ ଯୁବତୀଙ୍କ ପ୍ରେମିକ । ଏହାପରେ ମନ୍ଦିରର ଗେଟ୍ ଭିତରକୁ ବନ୍ଦ କରିଦେଇଥିଲେ । ରାହୁଲ ହଠାତ୍ ଶିବଲିଙ୍ଗ ନିକଟରେ ପୂଜା କରୁଥିବା ଦିବ୍ୟାଂଶୀଙ୍କୁ ଲଗାତାର ଗୁଳି ମାରିବା ଆରମ୍ଭ କରିଥିଲେ । ମନ୍ଦିର ଭିତରୁ ଗୁଳିର ଶବ୍ଦ ଶୁଣିଲା ପରେ ସ୍ଥାନୀୟ ଲୋକମାନେ ହଠାତ କିଛି କିଛି ବୁଝି ପାରିନଥିଲେ । ମନ୍ଦିରର ଗେଟ୍ ଖୋଲିବା ପୂର୍ବରୁ ଯୁବତୀଙ୍କ ପ୍ରେମିକ ରାହୁଲ ଘଟଣାସ୍ଥଳରୁ ଚମ୍ପଟ ମାରିଥିଲେ ।

ଏହି ଘଟଣାରେ ସ୍ଥାନୀୟ ଲୋକମାନେ କହିଥିଲେ ଯେଉଁ ସମୟରେ ମନ୍ଦିରର ଗେଟ ଖୋଲା ଯାଇଥିଲା ସେହି ସମୟରେ ଦିବ୍ୟାଂଶୀ ରକ୍ତରେ ଜୁଡୁବୁଡୁ ପଡ଼ିଥିଲେ । ଏହି ସମୟରେ ଲୋକେ ଜାଣିବା ପରେ ତୁରନ୍ତ ଘଟଣା ବିଷୟରେ ପୋଲିସକୁ ସୂଚନା ଦେଇଥିଲେ । ପୋଲିସ ଘଟଣାସ୍ଥଳରେ ପହଞ୍ଚି ଝିଅଟିକୁ ନିକଟସ୍ଥ ଜିଲ୍ଲା ହସ୍ପିଟାଲରେ ଭର୍ତ୍ତି କରିଥିଲା । ସେଠାରୁ ତାଙ୍କ ଗୁରୁତର ଅବସ୍ଥା ଦେଖି ଡାକ୍ତରମାନେ ତାଙ୍କୁ ସୈଫାଇ ପିଜିଆଇକୁ ରେଫର କରିଥିଲେ ।

ଘଟଣାସ୍ଥଳରେ ପହଞ୍ଚିଥିବା ଏଏସ୍ପି ସିଟି ଅରୁଣ କୁମାର ଏବଂ ଏସ୍ପି ଗଣେଶ ପ୍ରସାଦ ସାହା ଘଟଣାସ୍ଥଳ ଯାଞ୍ଚ କରିଥିଲେ । ଘଟଣାର ମାତ୍ର ୩ ଘଣ୍ଟା ପରେ ପୋଲିସ ଅଭିଯୁକ୍ତ ରାହୁଲ ଦିବାକରଙ୍କୁ ଏନକାଉଣ୍ଟର କରିଛି । ଅଭିଯୁକ୍ତଙ୍କଠାରୁ ଏକ ମୋଟରସାଇକେଲ ଏକ ବେଆଇନ ୩୧୫ ବୋର ପିସ୍ତଲ ଏବଂ କାର୍ଟ୍ରିଜ୍ ଜବତ କରାଯାଇଛି । ଏହି ଏନକାଉଣ୍ଟରରେ ଅଭିଯୁକ୍ତଙ୍କ ଗୋଡରେ ଗୁଳି ବାଜିଥିଲା । ପୋଲିସ ଅଭିଯୁକ୍ତଙ୍କୁ ନେଇ ଯାଉଥିବା ସମୟରେ ଅଭିଯୁକ୍ତ ହସୁଥିବା ଦେଖାଯାଇଥିଲା । ବର୍ତମାନ ପୋଲିସ ଘଟଣା ପଛର କାରଣ ଖୋଜୁଛି ।

Spread the love