ମାଉଜର ଦେଖାଇ ୧୫ କେଜି ରୁପା ଅଳଙ୍କାର ଲୁଟ୍

ପୋଲସରା : ମାଉଜର ଦେଖାଇ ୧୫ କେଜି ରୁପା ଅଳଙ୍କାର ଲୁଟ୍ ।  ବ୍ୟବସାୟୀଙ୍କୁ ମାଉଜର ଦେଖାଇ ୧୫ କେଜି ରୁପାଅଳଙ୍କାର ଲୁଟ୍ ଅଭିଯୋଗ ।  ଗଞ୍ଜାମ ଜିଲ୍ଲା କବିସୂର୍ଯ୍ୟନଗର ଥାନା ମୋହନାପଲ୍ଲୀ ଛକ ନିକଟରେ ବନ୍ଧୁକ ମୁନରେ ଜଣେ ବ୍ୟବସାୟୀଙ୍କ ଠାରୁ ବିପୁଳ ପରିମାଣର ରୁପା ଅଳଙ୍କାର ଲୁଟ ହୋଇଥିବା ଅଭିଯୋଗ ହୋଇଛି  ।  ବ୍ୟବସାୟୀ ଜଣକ ପୁରୁଷୋତ୍ତମପୁର ଅଞ୍ଚଳର ବେଲା ସେନାପତି  ।

ସେ ଗୋଟିଏ ବାଇକରେ ପ୍ରାୟ ୧୫ କେଜି ଓଜନର ବିଭିନ୍ନ ପ୍ରକାର ରୂପା ଅଳଙ୍କାର ନେଇ ମୋହନାପଲ୍ଲୀ ଗାଁକୁ ବ୍ୟବସାୟ ପାଇଁ ଯାଉଥିଲେ ।  ରାସ୍ତାରେ ୩ ଜଣ ଯୁବକ ଗୋଟିଏ ବାଇକରେ ପିଛାକରୀ ମୋହନାପଲ୍ଲୀ ଛକ ନିକଟରେ ବାଇକକୁ ଅଟକାଇବା ମଉଜର ଦେଖାଇ ଆକ୍ରମଣ କରିଥିଲେ ।  ରୁପା ଅଳଙ୍କାର ଲୁଟ କରି ଚମ୍ପଟ ମାରିଥିଲେ ।  ଘଟଣାକୁ ନେଇ ବ୍ୟବସାୟୀ ଜଣକ କବିସୂର୍ଯ୍ୟନଗର ଥାନାରେ ଲିଖିତ ଅଭିଯୋଗ କରିଥିବା ବେଳେ ଲୁଟରେ ସମ୍ପୃକ୍ତ ଘଟଣାର ତଦନ୍ତ ଆରମ୍ଭ କରିଛି କବିସୂର୍ଯ୍ୟନଗର ଥାନା ପୋଲିସ ।

Spread the love