ମାଉସିମା ଛକରେ ବୋମା ଫୁଟିବା ଘଟଣା, ମୁଖ୍ୟ ଅଭିଯୁକ୍ତଙ୍କ ସମେତ ୨ ଗିରଫ

ଭୁବନେଶ୍ୱର : ମାଉସିମା ଛକରେ ବୋମା ଫୁଟିବା ଘଟଣାରେ ଦୁଇ ଜଣଙ୍କୁ କାବୁ କଲା କମିଶନରେଟ୍ ପୋଲିସ । ମୁଖ୍ୟ ଅଭିଯୁକ୍ତ ସମେତ ୨ ଗିରଫ । ଗିରଫ ଅଭିଯୁକ୍ତ ଗୋପୀନାଥ ରାଉତ ଓ ପ୍ରିୟବ୍ରତ ସ୍ବାଇଁ । ବୋମା ଫୁଟାଇଥିବା କାହ୍ନା ନାୟକ ସହ ଆସିଥିଲେ । ଏବେ କାହ୍ନା ଚିକିତ୍ସିତ ହେଉଛନ୍ତି । ମଦ ପିଇବାକୁ ନେଇ ଗଣ୍ଡଗୋଳ ହୋଇଥିଲା ।  ବିରୋଧ କରିବାରୁ ଅଭିଯୁକ୍ତମାନେ ବୋମା ଫିଙ୍ଗିବାକୁ ଲକ୍ଷ୍ମିସାଗରରୁ ମାଉସିମା ଯାଏ ପିଛା କରିଥିଲେ । ପରେ ମାଉସିମା ଛକରେ ବୋମା ଫୁଟି ଯାଇଥିଲା ।

Spread the love