ମୃତ୍ୟୁ ପୂର୍ବରୁ ପରବର୍ତ୍ତୀ ଜନ୍ମ ହୁଏ ସ୍ଥିର, ଜାଣନ୍ତୁ ଗରୁଡ଼ ପୁରାଣ ଅନୁସାରେ କେମିତି ହୁଏ ପୁର୍ନଜନ୍ମ
ହିନ୍ଦୁ ଧର୍ମରେ ଗରୁଡ଼ ପୁରାଣକୁ ସବୁଠାରୁ ମହତ୍ତ୍ବପୂର୍ଣ୍ଣ ଗ୍ରନ୍ଥ ବୋଲି ମାନାଯାଇଥାଏ । ଏଥିରେ ଭଗବାନ ବିଷ୍ଣ୍ଣୁ ଗରୁଡ଼ଙ୍କୁ ଜୀବନ ଏବଂ ମୃତ୍ୟୁର ଗଭୀର ରହସ୍ୟକୁ ବୁଝାଇଛନ୍ତି । ଏହି ପୁରାଣରେ ମଣିଷର ଆତ୍ମା ମୃତ୍ୟୁ ପରେ କେଉଁଆଡେ ଯାଇଥାଏ, କର୍ମର ପ୍ରଭାବ ଏବଂ ପରବର୍ତ୍ତୀ ଜୀବନ କିପରି ପ୍ରାପ୍ତ ହୁଏ ସେ ସମ୍ପର୍କରେ କୁହାଯାଇଛି । ଗରୁଡ଼ ପୁରାଣ ଅନୁସାରେ ଜଣେ ବ୍ୟକ୍ତି ପରବର୍ତ୍ତୀ ଜୀବନ ତା’ର ମୃତ୍ୟୁ ପରେ ନିର୍ଣ୍ଣୟ କରାଯାଏ ନାହିଁ । ବରଂ ମୃତ୍ୟୁ ପୂର୍ବରୁ ତାଙ୍କର କର୍ମ ଅନୁସାରେ ପରବର୍ତ୍ତୀ ଜୀବନ ନିର୍ଣ୍ଣୟ କରାଯାଏ । ୩ଟି କର୍ମ ଆଧାରରେ ପରବର୍ତ୍ତୀ ଜୀବନର ନିର୍ଣ୍ଣୟ କରାଯାଏ । ପୂର୍ବ ଜନ୍ମର କର୍ମ, ଏହି ଜୀବନର ଭାଗ୍ୟ ଏବଂ ମୃତ୍ୟୁ ସମୟରେ ମନରେ ଥିବା ଚିନ୍ତାଧାରାର ମିଶ୍ରଣ ଆଧାରରେ ଜଣେ ବ୍ୟକ୍ତିର ଜୀବନ କି ପ୍ରକାର ହେବ ତାହା ନିର୍ଣ୍ଣୟ କରନ୍ତି । ଏହି ଗ୍ରନ୍ଥରେ ୮.୪ ନିୟୁତ ଜୀବନ ସମ୍ପର୍କରେ ବର୍ଣ୍ଣନା କରାଯାଇଛି । ଯେଉଁଥିରେ ମାନବ ଜୀବନକୁ ଶ୍ରେଷ୍ଠ ଏବଂ ବିଶେଷ ବୋଲି ବିବେଚନା କରାଯାଇଛି । ଭଲ କର୍ମ ଜଣେ ବ୍ୟକ୍ତିକୁ ଭଲ ଜନ୍ମ ଦେଇଥାଏ । ସେହିପରି ଖରାପ କର୍ମ କରୁଥିବା ବ୍ୟକ୍ତି ନର୍କର ସମ୍ମୁଖୀନ ହୁଏ ।
ଗରୁଡ଼ ପୁରାଣ ଅନୁସାରେ ଜଣେବ୍ୟକ୍ତିର ଜୀବନ ଶେଷ ମୁହୂର୍ତ୍ତ ସମୟରେ ଅତ୍ୟନ୍ତ ଗୁରୁତ୍ବପୂର୍ଣ୍ଣ ହୋଇଥାଏ । ଭଗବାନ ବିଷ୍ଣୁ ବ୍ୟାଖ୍ୟା କରିଛନ୍ତି ଯେ, ଜଣେ ବ୍ୟକ୍ତି ଏହି ସଂସାରରୁ କେଉଁ ଅବସ୍ଥାରେ ବିଦାୟ ନିଅନ୍ତି ତାହା ତାଙ୍କର ପରବର୍ତ୍ତୀ ଜନ୍ମ ନିର୍ଣ୍ଣୟ କରେ । ଯଦି ମନ ଈଶ୍ୱରଙ୍କ ଉପରେ କେନ୍ଦ୍ରିତ ଥାଏ, ଚିନ୍ତାଧାରା ସ୍ପଷ୍ଟ ଥାଏ ଏବଂ ମୃତ୍ୟୁ ସମୟରେ ମନ ଶାନ୍ତ ଥାଏ, ତେବେ ଆତ୍ମା ଭଲ ଜନ୍ମ ପ୍ରାପ୍ତ କରିଥାଏ । ସେହିପରି କିନ୍ତୁ, ଯଦି ମୃତ୍ୟୁ ସମୟରେ ଲୋଭ, କ୍ରୋଧ, କାମନା କିମ୍ବା ନକାରାତ୍ମକ ଚିନ୍ତାଧାରା ମନରେ ଥାଏ ତେବେ ଆତ୍ମାକୁ ନୀଚ ଜନ୍ମ ନେବାକୁ ବାଧ୍ୟ କରିଥାଏ । ଏହା ବ୍ୟତୀତ ପୂର୍ବ ଜନ୍ମର କାର୍ଯ୍ୟ ଏବଂ ଏହି ଜୀବନର କାର୍ଯ୍ୟ ର ମିଶ୍ରଣରେ ପରବର୍ତ୍ତୀ ଜନ୍ମର ନିର୍ଣ୍ଣୟ କରାଯାଏ ।
ଗରୁଡ଼ ପୁରାଣ ସ୍ପଷ୍ଟ ଭାବରେ କୁହାଯାଇଛି ଯେ, ଯେଉଁମାନେ ଧର୍ମ, ବେଦ, ପୁରାଣ କିମ୍ବା ଈଶ୍ବରଙ୍କୁ ମାନନ୍ତି ନାହିଁ ସେମାନଙ୍କ କର୍ମ ପାଇଁ କଠୋର ପରିଣାମ ଭୋଗ କରନ୍ତି । ଏପରି ବ୍ୟକ୍ତିମାନେ ସାଂସାରିକ ସୁଖ ଏବଂ ସାଂସାରିକ ସୁବିଧାରେ ବୁଡ଼ି ରହିଥାଆନ୍ତି ସେମାନେ ମୃତ୍ୟୁ ପରେ କୁକୁର ଭାବେ ଜନ୍ମ ନିଅନ୍ତି ବୋଲି ଗରୁଡ଼ ପୁରାଣରେ କୁହାଯାଇଛି । ଯାହା ଫଳରେ ସେମାନେ ଅପମାନ ଏବଂ ଅଭାବର ଜୀବନ ସହି ଥାଆନ୍ତି ।
ଏହା ବ୍ୟତୀତ ବନ୍ଧୁତାକୁ ସତ୍ୟ ଓ ପବିତ୍ର ସମ୍ପର୍କର ପ୍ରତୀକ ଭାବରେ ବିବେଚନା କରାଯାଏ । ସ୍ବାର୍ଥପର କାରଣରୁ ବନ୍ଧୁମାନଙ୍କ ସହିତ ବିଶ୍ବାସଘାତକତା କରୁଥିବା ଲୋକଙ୍କ ପାଇଁ କଠୋର ଦଣ୍ଡ ନିର୍ଦ୍ଦେଶ ଦିଏ । ଏପରି ବ୍ୟକ୍ତି ପରବର୍ତ୍ତୀ ଜୀବନରେ ଗୀଦଘୁ ଯୋନିରେ ନିଅନ୍ତି । ଗୀଦଘୁ ଯିଏ କି ଅନ୍ୟମାନଙ୍କ ଶବ ଖାଇଥାଏ । ଯାହା ସେହି ବ୍ୟକ୍ତିଙ୍କ ଲୋଭୀ ଏବଂ ପ୍ରତାରକ ସ୍ବଭାବକୁ ପ୍ରତିଫଳିତ କରିଥାଏ ।
ସେହିପରି ଯେଉଁମାନେ ମିଛ କୁହନ୍ତି, ଅନ୍ୟଙ୍କୁ ଠକନ୍ତି ଏବଂ ସତ୍ୟକୁ ଲୁଚାଇ ଫାଇଦା ଉଠାନ୍ତି ତାଙ୍କୁ କର୍ମର ପରିଣାମ ଭୋଗିବାକୁ ପଡିଥାଏ । ଏପରି କାର୍ଯ୍ୟ ଆତ୍ମାକୁ ହୀନ କରିଦିଏ, ଯାହାର ପରିଣାମ ସ୍ୱରୂପ ପରବର୍ତ୍ତୀ ଜନ୍ମରେ ପେଚା ଜନ୍ମ ହୁଏ । ପେଚା ଦିନରେ ଲୁଚି ରହେ ଏବଂ ରାତିରେ ଜାଗ୍ରତ ରୁହେ, ଯାହା ମୂର୍ଖତା ଏବଂ ଭ୍ରମର ପ୍ରତୀକ ଭାବେ ମାନାଯାଇଥାଏ ।
