ଯାତ୍ରା ଅଭିନେତା ପୀୟୂଷ ତ୍ରିପାଠୀଙ୍କୁ କୋର୍ଟ ଝଟକା, ମଞ୍ଚ ଚଢିବାକୁ ନେଇ ଲାଗିଲା ରୋକ
ଭୁବନେଶ୍ୱର : ଯାତ୍ରା ଅଭିନେତା ପୀୟୂଷ ତ୍ରିପାଠୀଙ୍କୁ କୋର୍ଟ ଝଟକା । ମଞ୍ଚ ଚଢ଼ି ପାରିବେନି ପୀୟୂଷ ତ୍ରିପାଠୀ । ଯାତ୍ରା ପାର୍ଟି ସହ ଚୁକ୍ତି ଖିଲାପ ମାମଲାରେ କୋର୍ଟ ଲଗାଇଛନ୍ତି ରୋକ । ଅପେରା ସୂର୍ଯ୍ୟମନ୍ଦିରରେ ଥିବା ବେଳେ ସିଂହବାହିନୀ ସହ ଯୋଡ଼ି ହେବାକୁ ଇଚ୍ଛା କରିଥିଲେ ପୀୟୂଷ । ଏନେଇ ସୁର୍ଯ୍ୟମନ୍ଦିର ମାଲିକଙ୍କ କୋର୍ଟରେ ପିଟିସନ ଦାଖଲ କରିଥିଲେ । ପୂର୍ବରୁ ଚୁକ୍ତିଖିଲାପ ନେଇ ବର୍ଷେ ପାଇଁ ମଞ୍ଚରୁ ବାରଣ ଲଗାଇଥିଲା ଯାତ୍ରା ମାଲିକ ସଂଘ । ଏହା ପରେ ଜାନୁଆରୀ ୫ତାରିଖରେ ମଞ୍ଚ ଚଢ଼ିଥିଲେ ପୀୟୂଷ । ବର୍ତ୍ତମାନ ସିଂହବାହିନୀର ‘ତୁ ମୋ ବଜରଙ୍ଗୀ’ ନାଟକରେ ଅଭିନୟ ଆରମ୍ଭ କରିଥିଲେ । କିନ୍ତୁ ସୂର୍ଯ୍ୟମନ୍ଦିର ସହ କଣ୍ଟ୍ରାକ୍ଟ ଥିବାରୁ ଏହା ଶେଷ ନହେବା ପୁର୍ବରୁ ଅନ୍ୟ ଯାତ୍ରା ପାର୍ଟିରେ କାମ ଆରମ୍ଭ କରିଥିଲେ । ଏହାକୁ ନେଇ ସୁର୍ଯ୍ୟମନ୍ଦିର ମାଲିକ ସମୀର କୁମାର ତ୍ରିପାଠୀ କୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲେ । ପରବର୍ତ୍ତୀ ଶୁଣାଣି ପର୍ଯ୍ୟନ୍ତ ମଞ୍ଚ ଚଢିବାକୁ ପୀୟୂଷଙ୍କୁ ବାରଣ କରାଯାଇଛି ।
