ରାଜ୍ୟକୁ ପୁଣି ଫେରୁଛି ହାଡ଼ଭଙ୍ଗା ଶୀତ, ୧୪ ତାରିଖ ଯାଏ ଶୀତରୁ ନିସ୍ତାର ନାହିଁ

ଭୁବନେଶ୍ୱର : ରାଜ୍ୟକୁ ପୁଣି ଫେରୁଛି ହାଡ଼ଭଙ୍ଗା ଶୀତ  ।  ୧୪ ତାରିଖ ଯାଏ ଶୀତ ଲହରୀ ଜାରି  ।  କିଛି ଜିଲ୍ଲାରେ ପ୍ରବଳ ଶୀତର ଆଶଙ୍କା ରହିଛି  ।  ଆଗାମୀ ଦୁଇ ଦିନ ଶୀତ ଲହରୀ ପାଇଁ ଝାରସୁଗୁଡା, ଅନୁଗୁଳ ଏବଂ ବୌଦ୍ଧକୁ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ । ପଶ୍ଚିମା ଝଡ଼ ପ୍ରଭାବରେ ରାଜ୍ୟକୁ ହାଡ଼ଭଙ୍ଗା ଶୀତ ଫେରିବା ସହ ଶୀତଲହରୀ ପରିସ୍ଥିତି ଲାଗି ରହିବ ବୋଲି ପୂର୍ବାନୁମାନ କରାଯାଇଛି ।

ଦେଶର ମଧ୍ୟଭାଗରେ ଗୁରୁଚାପ ବଳୟ ସକ୍ରିୟ ରହିଛି  ।  ଉତ୍ତର ତଥା ଉତ୍ତର ପଶ୍ଚିମ ଦିଗରୁ ଥଣ୍ଡା ଶୁଷ୍କ ବାୟୁ ପ୍ରବାହ ରେ ତୀବ୍ରତା ଵୃଦ୍ଧି ହେବା ସହ ଜଳୀୟବାଷ୍ପର ପରିମାଣ ହ୍ରାସ ଯୋଗୁଁ ଶୀତର ପ୍ରକୋପ ଵୃଦ୍ଧି ସମ୍ଭାବନା ରହିଛି ।  ଅନ୍ୟପଟେ ଆଗାମୀ ୪ ରୁ ୫ ଦିନ ପର୍ଯ୍ୟନ୍ତ ରାଜ୍ୟର ବିଭିନ୍ନ ସ୍ଥାନରେ ରାତି ତାପମାତ୍ରାରେ କୌଣସି ବିଶେଷ ପରିବର୍ତ୍ତନ ହେବ ନାହିଁ ।  କିନ୍ତୁ ୧ ରୁ ୨ ଡିଗ୍ରୀ ସେଲସିୟସ ଖସିପାରେ ରାତି ତାପମାତ୍ରା  ।  ମେଘୁଆ ପାଗ ଯୋଗୁଁ ବିଭିନ୍ନ ସ୍ଥାନରେ ତାପମାତ୍ରା ୪ ରୁ ୫ ଡିଗ୍ରୀ ବଢ଼ିଥିବା ଆଜିଠୁ ପୁଣି ଖସିଛି ପାରଦ ।

Spread the love