ରାଜ୍ୟରେ ବେଆଇନ ବାଲି ଚୋରି ରୋକିବାକୁ ଆକ୍ସନ ମୋଡରେ ସରକାର, ୩୨ଟି ହାଇୱା ଜବତ
ଜଳେଶ୍ବର: ରାଜ୍ୟରେ ବେଆଇନ ବାଲି ଚୋରି ରୋକିବାକୁ ଆକ୍ସନ ମୋଡରେ ସରକାର । ଜିଲ୍ଲା ପ୍ରଶାସନ ଓ ପୋଲିସ ପକ୍ଷରୁ ମିଳିତ ଚଢାଉ କରି ୩୨ଟି ବାଲି ବୋଝେଇ ହାଇୱା ଜବତ କରାଯାଇଛି । ଘଟଣାରେ ୧୦ଜଣଙ୍କୁ ଅଟକ ରଖାଯାଇଛି । ବାଲେଶ୍ୱର ଜିଲ୍ଲା ଜଳେଶ୍ବର ତହସିଲ ଅଧୀନ ବିଭିନ୍ନ ଅଞ୍ଚଳରେ ସୁବର୍ଣ୍ଣରେଖା ନଦୀରୁ ବେଧଡକ ଭାବେ ଚାଲିଛି ବାଲି ଚୋରା ଚାଲାଣ । ବାଲି ଚୋରା ଚାଲାଣ ହେଉଥିବା ଖବର ପାଇ ବିଳମ୍ବିତ ରାତିରେ ଜିଲ୍ଲା ପ୍ରଶାସନ ପକ୍ଷରୁ ଚଢାଉ କରାଯାଇଥିଲା । ଜବତ ଗାଡି ଓ ଅପରାଧୀଙ୍କ ବିରୁଦ୍ଧରେ ଆଇନଗତ ପଦକ୍ଷେପ ଆରମ୍ଭ ହୋଇଛି ।
