ରାଜ୍ୟସ୍ତରୀୟ ପୋଲିସ ପଦକ ପ୍ରଦାନ ସମାରୋହ, ସାହସିକତା ପାଇଁ ୬ ଜଣଙ୍କୁ ମିଳିଲା ରାଷ୍ଟ୍ରପତି ପଦକ
ଭୁବନେଶ୍ୱର : ସାହସିକତା ପାଇଁ ୬ଜଣଙ୍କୁ ମିଳିଲା ରାଷ୍ଟ୍ରପତି ପଦକ । ଭୁବନେଶ୍ବରରେ ରାଜ୍ୟସ୍ତରୀୟ ପୋଲିସ ପଦକ ସମାରୋହ ପାଳିତ । ୬ଜଣଙ୍କୁ ରାଷ୍ଟ୍ରପତି ପଦକ ପ୍ରଦାନ କଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ଆର୍ମଡ ପୋଲିସ SI ଗିରୀଶ ମାଝୀ, SOG ହାବିଲଦାର ପବିତ୍ର ସାହୁ, ହାବିଲଦାର ଉମେଶ ମୁଣ୍ଡା, SOG କମାଣ୍ଡୋ ପୀତାମ୍ବର ସତନାମି, OSAP କମାଣ୍ଡୋ କବି ରାଉତ ଏବଂ SOG କମାଣ୍ଡୋ ସୁଶାନ୍ତ ସାଗରଙ୍କୁ ମିଳିଛି ଏହି ପୁରସ୍କାର ।
ବଲାଙ୍ଗିର ଖପ୍ରାଖୋଲରେ ମାଓବାଦୀ ବିରୋଧୀ ଅପରେସନରେ ସଂପୃକ୍ତ ଥିଲେ। ବିଶିଷ୍ଟ ସେବା ପାଇଁ ୨ଜଣଙ୍କୁ ରାଷ୍ଟ୍ରପତି ପଦକ ମିଳିଛି । ଭିଜିଲାନ୍ସ ଅଧୀକ୍ଷକ ସରୋଜ ସାମଲ, କନଷ୍ଟେବଲ ସତ୍ୟବାଦୀ ମଲିକଙ୍କୁ ରାଷ୍ଟ୍ରପତି ପଦକ । ଉଲ୍ଲେଖନୀୟ ସେବା ପାଇଁ ୧୧ ଜଣଙ୍କୁ ମିଳିଲା ପଦକ।
