ରାଷ୍ଟ୍ରପତିଙ୍କ ହାତରୁ ପଦ୍ମ ସମ୍ମାନ, ସମ୍ମାନିତ ହେଲେ ୩ ଓଡ଼ିଆ
ଦିଲ୍ଲୀ: ପଦ୍ମଶ୍ରୀ ସମ୍ମାନରେ ସମ୍ମାନିତ ହେଲେ ୩ ଓଡ଼ିଆ । ସାହିତ୍ୟ ଓ ଶିକ୍ଷା ପାଇଁ ଚରଣ ହେମ୍ବ୍ରମଙ୍କୁ ପଦ୍ମଶ୍ରୀ ସମ୍ମାନ । କଳା ପାଇଁ ଶରତ ପାତ୍ର ଓ ସୀମାଞ୍ଚଳ ପାତ୍ରଙ୍କୁ ପଦ୍ମଶ୍ରୀ ସମ୍ମାନ । ଶରତ ପାତ୍ର ହେଉଛନ୍ତି କଟକ ନୂଆପାଟଣା ମାଣିଆବନ୍ଧର ହସ୍ତତନ୍ତ ବୁଣାକାର । ଇକତ ଓ ବାନ୍ଧକଳାରେ ନିପୁଣତା ହାସଲ କରିଛନ୍ତି ଶରତ ପାତ୍ର । ସୀମାଞ୍ଚଳ ପାତ୍ର ଗଞ୍ଜାମ ଅଞ୍ଚଳର ପ୍ରସିଦ୍ଧ ଲୋକ କଳାକାର । ବିଭିନ୍ନ କ୍ଷେତ୍ରରେ ଅବଦାନ ପାଇଁ ୬୫ ବିଶିଷ୍ଟ ବ୍ୟକ୍ତିଙ୍କୁ ପଦ୍ମ ପୁରସ୍କାର ଦିଆଗଲା । ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଏହି ସମ୍ମାନ ପ୍ରଦାନ କରିଛନ୍ତି । ଏଥିରେ ୨ ଜଣଙ୍କୁ ପଦ୍ମବିଭୂଷଣ, ୭ ଜଣ ପଦ୍ମଭୂଷଣ, ୫୬ ଜଣଙ୍କୁ ପଦ୍ମଶ୍ରୀ ସମ୍ମାନ ।
ଝାଡଖଣ୍ଡର ପୂର୍ବତନ ମୁଖ୍ୟମନ୍ତ୍ରୀ ଶିବୁ ସୋରେନ୍ ଏବଂ ରାଜନେତା ତଥା କ୍ରୀଡା ପ୍ରଶାସକ ଭି. କେ. ମାଲହୋତ୍ରାଙ୍କୁ ମରଣୋତ୍ତର ଭାବେ ପଦ୍ମ ଭୂଷଣ ପୁରସ୍କାର ଦିଆଗଲା । ସେହିପରି ଲୋକପ୍ରିୟ କଣ୍ଠଶିଳ୍ପୀ ଅଲ୍କା ୟାଗ୍ନିକ୍ ଲୋକପ୍ରିୟ ଚଳଚ୍ଚିତ୍ର ତାରକା ମାମୁଟ୍ଟି, ଉତ୍ତରାଖଣ୍ଡର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ଗୋଆ ଓ ମହାରାଷ୍ଟ୍ରର ପୂର୍ବତନ ରାଜ୍ୟପାଳ ଭଗତ ସିଂ କୋସିଆରି, ଶିଳ୍ପପତି ଉଦୟ କୋଟକ, ପୂର୍ବତନ ଟେନିସ ତାରକା ବିଜୟ ଅମୃତରାଜଙ୍କୁ ପଦ୍ମ ଭୂଷଣରେ ସମ୍ମାନିତ କରାଗଲା ।
ତାରକା କ୍ରିକେଟର ରୋହିତ ଶର୍ମା, ଭାରତୀୟ ମହିଳା କ୍ରିକେଟ ଦଳର ଅଧିନାୟିକା ହରମନ୍ ପ୍ରିତ୍ କୌର, ପାରା ଅଲିମ୍ପିକ୍ସ ସ୍ୱର୍ଣ୍ଣ ପଦକ ବିଜେତା ପ୍ରବୀଣ କୁମାର, ମହିଳା ହକି ଖେଳାଳି ସବିତା ପୂର୍ଣ୍ଣିୟାଙ୍କୁ ପଦ୍ମଶ୍ରୀ ପୁରସ୍କାର ମିଳିଲା । ଅଭିନେତା ଆର. ମାଧବନ୍, ପ୍ରସେନଜିତ୍ ଚାଟାର୍ଜୀ, ଅନିଲ ରସ୍ତୋଗି, ଅରବିନ୍ଦ ବୈଦ୍ୟଙ୍କୁ ମଧ୍ୟ ପଦ୍ମଶ୍ରୀ ସମ୍ମାନ ।
