ରାସ୍ତା କଡ଼ରେ ବିକ୍ରି ହେଉଥିବା ମକା ପସନ୍ଦ କି? ଖାସ୍ କରି ବର୍ଷା ଋତୁରେ ଏଡାନ୍ତୁ ଏହି ସବୁ ଖାଦ୍ୟ

ବର୍ତ୍ତମାନ ବର୍ଷା ଋତୁ ଚାଲିଛି । ଥଣ୍ଡା ଥଣ୍ଡା ପାଗ ଯୋଗୁଁ ସୁଆଦିଆ ଖାଦ୍ୟ ଖାଇବାକୁ ଇଚ୍ଛା ହୁଏ । ଏହି ଋତୁରେ ଅଧିକ ଦେହ ଖରାପ ହେଉଥିବାରୁ ଲୋକମାନେ ଫାଷ୍ଟଫୁଡ୍ ଖାଇବାଠାରୁ ମୁହଁ ବୁଲାଇ ଦେଇଥାନ୍ତି । ଯେମିତି ବର୍ଷାଦିନେ  ସିଙ୍ଗଡା, ପକୁଡି, ବରା ଭଳି ଖାଦ୍ୟ ଖାଇବାକୁ ପାଟିରେ ପାଣି ଆସିଯାଏ । କିନ୍ତୁ ସେ ସବୁ ବଦଳରେ ମକା ଦେହ ପାଇଁ ଭଲ ଭାବି ଖାଇଥାନ୍ତି ।

ବର୍ଷା ଋତୁର ସନ୍ଧ୍ୟାରେ ରାସ୍ତା କଡରେ ହେଉଥିବା ମକା ଭଜାର ବାସ୍ନା ସମସ୍ତଙ୍କୁ ଆକର୍ଷିତ କରିଥାଏ । ଯାହା ଖୁବ୍ ସାଧାରଣ କଥା । ଏହା ଟେଷ୍ଟି ହୋଇଥାଏ ସତ କିନ୍ତୁ ଯଦି ଆପଣ ଏହାକୁ ସ୍ବାସ୍ଥ୍ୟ ପାଇଁ ଲାଭକାରୀ ବୋଲି ଭାବୁଛନ୍ତି ତେବେ ଆପଣ ଭୁଲ ଭାବୁଛନ୍ତି । ରାସ୍ତା କଡ଼ରେ ବିକ୍ରି ହେଉଥିବା ମକା ଆପଣଙ୍କୁ କ୍ଷତି ପହଞ୍ଚାଇଥାଏ । ଯାହା ପରବର୍ତ୍ତୀ ସମୟରେ ବିପଦଜନକ ସମସ୍ୟା ସୃଷ୍ଟି କରିଥାଏ । ତେବେ ଆସନ୍ତୁ ଏହା ଆମ ସ୍ବାସ୍ଥ୍ୟକୁ କେଉଁ ଭଳି ଭାବେ କ୍ଷତି କରିଥାଏ ସେ ସମ୍ପର୍କରେ ଜାଣିବା  ।

ରାସ୍ତା କଡ଼ରେ ବିକ୍ରି ହେଉଥିବା ମକା ଉପରେ ମାଛି ବସି ରୁହନ୍ତି । ସେମାନେ ବସିବା ଦ୍ବାରା ଜୀବାଣୁ ଖାଇବାରେ ରହିଯାଆନ୍ତି । ଯାହା ପରେ ଗମ୍ଭୀର ପରିସ୍ଥିତି ସୃଷ୍ଟି କରିଥାଏ । ତେଣୁ ଖୋଲା ସ୍ଥାନରେ ବିକ୍ରି ହେଉଥିବା ମକା ଖାଇବାଠାରୁ ଦୂରରେ ରହିବା ଆବଶ୍ୟକ । ରାସ୍ତା କଡ଼ରେ ମକା ବିକ୍ରି ହେଉଥିବାରୁ ବିଭିନ୍ନ ପ୍ରକାର ବାୟୁ ପ୍ରଦୂଷଣ ସଂସ୍ପର୍ଶରେ ଆସିଥାଏ । ଯାହା ମକାରେ ପ୍ରବେଶ କରିଥାଏ । ଫଳରେ ସ୍ବାସ୍ଥ୍ୟ ବିଗିଡିଯାଏ । ତେଣୁ ଏଭଳି ଖାଇବାଠାରୁ ଦୂରରେ ରହିବାକୁ ଚେଷ୍ଟା କରନ୍ତୁ ।

ବର୍ଷା ଦିନରେ ମକାର ବିକ୍ରି ବହୁତ ଅଧିକ ହୋଇଥାଏ । ଯେଉଁ କାରଣରୁ ମକା ବିକାଳି ମାନେ ବହୁତ ବ୍ୟସ୍ତ ରହିଥାନ୍ତି । ଏହି କାରଣରୁ ସେମାନେ ମକାକୁ ଧ୍ୟାନ ଦେଇ ନଥାନ୍ତି । ଏହାଛଡା ମକାକୁ ସେକିବା ପାଇଁ ଯେଉଁ ପାତ୍ରକୁ ବ୍ୟବହାର କରାଯାଇଥାଏ ତାହା କୋଇଲାରେ ଢ଼ଙ୍କା ହୋଇ ରହିଥାଏ । ଯେଉଁଥି ପାଇଁ ଆପଣଙ୍କୁ କ୍ୟାନ୍ସରର ଶୀକାର ହେବାକୁ ପଡିଥାଏ । ରାସ୍ତା କଡ଼ରେ ମକା ବିକ୍ରି କରୁଥିବା ବିକାଳୀମାନେ ପ୍ରାୟତଃ ପରିଷ୍କାର ଉପରେ ଧ୍ୟାନ ଦେଇ ନଥାନ୍ତି । ଲୋକଙ୍କୁ ଖାଇବାକୁ ଦେବା ପୂର୍ବରୁ ଭଲ ଭାବରେ ହାତ ଧୋଇ ନଥାନ୍ତି । ଯାହା ଫଳରେ ଆପଣଙ୍କ ଶରୀର ପାଇଁ କ୍ଷତିକାରକ ହୋଇଥାଏ ।

ଆପଣମାନେ ଅନେକ ସମୟରେ ଦେଖିଥିବେ ମକାରେ ଅଧିକ ସ୍ବାଦ ପାଇଁ ବିକାଳୀମାନେ ଲେମ୍ବୁ ରସ ଏବଂ ଚଟପଟା ମସଲା ଦେଇଥାନ୍ତି । ବିକାଳୀମାନେ ପଇସା ପାଇଁ ଲୋକଙ୍କ ସ୍ବାସ୍ଥ୍ୟ କଥା ଚିନ୍ତା କରୁନାହାଁନ୍ତି । ଯେମିତିକି ରାସ୍ତା କଡ଼ରେ ମକା ବିକ୍ରି କରୁଥିବା ବିକାଳୀମାନେ ଅନେକ ମକାରେ ଗୋଟିଏ ଲେମ୍ବୁକୁ ବ୍ୟବହାର କରିଥାନ୍ତି । ଯାହା ପରବର୍ତ୍ତୀ ସମୟରେ ରୋଗ ଆଶଙ୍କାକୁ ବଢାଇ ଦେଇଥାଏ ।

ଏଭଳି ଖାଦ୍ୟ ଖାଇବା ଦ୍ବାରା ପାଚନ ସମସ୍ୟା କିମ୍ବା ଭାଇରଲ ସଂକ୍ରମଣ ହୋଇପାରେ । ମକାକୁ ବାରମ୍ବାର ସିଝାଇବା ଦ୍ବାରା ଫୁଡପଏଜନ୍ ଏବଂ ବଦହଜମୀ ଭଳି ସମସ୍ୟା ଦେଖା ଦେଇଥାଏ । ତେଣୁ ଯଦି ଆପଣ ବର୍ଷା ଦିନେ ରୋଗରୁ ରକ୍ଷା ପାଇବାକୁ ଚାହୁଁଛନ୍ତି ତେବେ ରାସ୍ତାକଡର ମକା ଠାରୁ ଦୁରେଇ ରୁହନ୍ତୁ ।

Spread the love