ରେଭେନ୍ସାରେ ହଷ୍ଟେଲ ଖାଦ୍ୟ ଖାଇ ୪୪ ଛାତ୍ର ଅସୁସ୍ଥ

କଟକ : ରେଭେନ୍ସା ବିଶ୍ୱବିଦ୍ୟାଳୟର 44 ଜଣ ଛାତ୍ର ଝାଡ଼ାବାନ୍ତିରେ ଆକ୍ରାନ୍ତ ହୋଇ କଟକ ବଡ ମେଡିକାଲରେ ଭର୍ତ୍ତି ହୋଇଥିବା ଜଣାଯାଇଛି । ହଷ୍ଟେଲ ଖାଦ୍ୟ ଖାଇ ଅସୁସ୍ଥ ହୋଇଥିବା ଅନୁମାନ କରାଯାଉଛି । ତେବେ ଛାତ୍ରଙ୍କ ସ୍ୱାସ୍ଥ୍ୟବସ୍ଥା ଉପରେ ନଜର ରଖିଛନ୍ତି ଏସିବି ଟିମ । କାହିଁକି ଏମିତି ଘଟିଲା ପରେ ଯାଞ୍ଚ କରାଯିବ। ନିୟୁ ପିଜି ହଷ୍ଟେଲ ର 37 ଜଣ ଓ ଧର୍ମପଦ ହଷ୍ଟେଲର 7 ଜଣ ଖାଦ୍ୟ ଖାଇ ଆକ୍ରାନ୍ତ ହୋଇ ଏସିବିରେ ଭର୍ତ୍ତି ହୋଇଛନ୍ତି। ଏସିବିରେ ଛାତ୍ରମାନଙ୍କୁ ଚିକିତ୍ସା ଯୋଗାଇ ଦିଆଯାଉଛି।

Spread the love