ଲକ୍ଷ୍ନୌ ନୀଳଡ୍ରମ ମାମଲା : ନିଜ ଦୋଷ ସ୍ବୀକାର କଲା ପୁଅ, ପ୍ରତିଦିନ ଚାପ ଏବଂ କଳହରେ ଅଣନିଶ୍ୱାସୀ ହୋଇ ବାପାଙ୍କୁ ହତ୍ୟା

ଲକ୍ଷ୍ନୌ : ଲକ୍ଷ୍ନୌ ନୀଳଡ୍ରମ ହତ୍ୟା ମାମଲାରେ ଅଭିଯୁକ୍ତ ଅକ୍ଷତ ପ୍ରତାପ ସିଂ ନିଜ ଦୋଷ ସ୍ବୀକାର କରିଛନ୍ତି । ଅକ୍ଷତ ନିଜ ବାପାଙ୍କୁ ହତ୍ୟା କରିବା ପରେ ମୃତଦେହକୁ ନୀଳ ଡ୍ରମରେ ଲୁଚାଇଦେଇଥିଲା । ଲକ୍ଷ୍ନୌ ଆଶିୟାନା ପୋଲିସ ଅଭିଯୁକ୍ତ ପୁଅକୁ ପଚରାଉତରା କରିବା ସହିତ ସିନ୍ ରିକ୍ରିଏସନ ପାଇଁ ହସପିଟାଲରେ ପହଞ୍ଚିଛି । ଆଉ ମିଡିଆ ସହିତ କଥାବର୍ତ୍ତା ବେଳେ ନିଜର ଭୁଲକୁ ସ୍ବୀକାର କରିଛି ।

ଅକ୍ଷତ କହିଛନ୍ତି, ଭୁଲ୍ କରିଛି, ଆଉ ଏଥିରେ ମୋ ଭଉଣୀ ସାମିଲ ନାହିଁ । ପରୀକ୍ଷା ଚାପ ଯୋଗୁଁ ଏମିତି କରିଥିବା ଅକ୍ଷତ କହିଥିଲେ ।

ଅକ୍ଷତ ନିଜ ବାପାଙ୍କୁ ହତ୍ୟା କରିବା ପରେ ମୃତଦେହକୁ ଖଣ୍ଡ ବିଖଣ୍ଡିତ କରି ନୀଳ ଡ୍ରମରେ ରଖିଥିଲେ । ବାପାଙ୍କୁ ଗୁଳି ମାରି ହତ୍ୟା କରିଥିଲେ ଅକ୍ଷତ । ବାପା ମାନବେନ୍ଦ୍ର ସିଂଙ୍କ ବୟସ ୫୦ ବର୍ଷ ରହିଥିବା ବେଳେ ପୁଅ ଅକ୍ଷତ ବୟସ ୧୯ ବର୍ଷ ବୋଲି ଜଣାପଡିଛି । ପୋଲିସ ପଚରାଉଚରାରେ ଅକ୍ଷତ ୨୦ ଫେବୃଆରୀ ସକାଳ ୪.୩୦ ମିନିଟରେ ବାପାଙ୍କ ସହିତ ପଢାକୁ ନେଇ ବିବାଦ ହୋଇଥିଲା । ମାନବେନ୍ଦ୍ର ଏବଂ ପୁଅଙ୍କ ମଧ୍ୟରେ ପାଠପଢାକୁ ନେଇ ବଚସା ହୋଇଥିଲା । ପୁଅ ନିଟ୍ ପରୀକ୍ଷା ପାଇଁ ପଢାପଢି କରୁଥିଲେ । କିନ୍ତୁ ଠିକ୍ ଭାବେ ନପଢୁଥିବାରୁ ମାନବେନ୍ଦ୍ର ରାଗିଥିଲେ । ଏହାସହ ନିଜର ଲାଇସେନ୍ସପ୍ରାପ୍ତ ରାଇଫଲ ବାହାର କରି ପୁଅକୁ ଡରାଇବାକୁ ଚେଷ୍ଟା କରିଥିଲେ । ତେବେ ପୁଅ ଶାନ୍ତ ହୋଇଯିବାରୁ ସେ ରାଇଫଲକୁ ରଖିଦେଇଥିଲେ । ଏହାର ପାଇଦା ଉଠାଇ ପୁଅ ରାଇଫଲ ଆଣି ମାନବେନ୍ଦ୍ରଙ୍କୁ ଗୁଳି କରିଦେଇଥିଲେ । ଘଟଣାସ୍ଥଳରେ ହିଁ ତାଙ୍କର ମୃତ୍ୟୁ ହୋଇଯାଇଥିଲା ।

ଗୁଳି ମାରିବା ପରେ ୧୬ ବର୍ଷୀୟ ପୁଅ ଘରର ଉପର ମହଲାରୁ ତଳକୁ ଆସିଥିଲା । ଏହାସହ ନିଜ ଭଉଣୀକୁ ଧମକାଇଥିଲା । ସେ ପ୍ରତିଦିନ ଚାପ ଏବଂ କଳହରେ ଅଣନିଶ୍ୱାସୀ ହୋଇପଡିଥିଲେ । ତେଣୁ ସେ ବାପାକୁ ରାସ୍ତାରୁ ହଟାଇବାକୁ ବାଧ୍ୟ ହୋଇଥିଲେ । ଯଦି ଭଉଣୀ ଏକଥା ବାହାରେ କହେ ତେବେ ସେ ତାକୁ ମଧ୍ୟ ମାରିଦେବ ବୋଲି କହିଥିଲେ । ଭୟରେ ଭଉଣୀ କାହା ଆଗରେ ଏକଥା ମୁହଁ ଖୋଲିନଥିଲେ ।

Spread the love