ଶ୍ରୀମନ୍ଦିରରେ କାର୍ତ୍ତିକ ନୀତି ଚୂଡ଼ାନ୍ତ, ଏଥର ହେବନି ବାଙ୍କଚୁଡ଼ ବେଶ!

ପୁରୀ: ଶ୍ରୀମନ୍ଦିର କାର୍ଯ୍ୟାଳୟରେ ଛତିଶା ନିଯୋଗ ବୈଠକ ଶେଷ । ପୁରୀ ଜିଲ୍ଲାପାଳ ଦିବ୍ୟଜ୍ୟୋତି ପରିଡ଼ାଙ୍କ ଅଧ୍ୟକ୍ଷତାରେ ବୈଠକ ହୋଇଥିଲା । ରାତ୍ର ୪ଟାରେ ଦ୍ୱାରଫିଟା, ସାଢେ ୬ଟା ରୁ ସାଢେ ୭ଟାରେ ରାଧା ଦାମୋଦର ବେଶ, ୧୬ନଭେମ୍ବରରେ ଅବକାଶ ପରେ ହରିହର ବେଶ । ୨୪ ତାରିଖରେ ରାଜାଧିରାଜ ବେଶ ହେବ । ଦ୍ୱାଦଶୀ କ୍ଷୟ ଯୋଗୁଁ ବାଙ୍କଚୁଡ଼ ବା ବାମନ ବେଶ ହେବନାହିଁ । କାର୍ତ୍ତିକ ମାଶରେ ସିଂହଦ୍ୱାର ପ୍ରବେଶ, ତିନି ଦ୍ୱାରରେ ପ୍ରସ୍ତାନ ହେବ ।

ମହାପ୍ରସାଦ ପାଇଁ ଆନନ୍ଦ ବଜାରରେ ଭିଡ଼ ନ ହୁଏ ତାର ବ୍ୟବସ୍ତା ହେବ । ଆଉ ଏହି ବୈଠକରେ ପୁରୀ ଏସପି, ଛତିଶା ନିଯୋଗର ସେବାୟତ ପ୍ରତିନିଧି, ଶ୍ରୀମନ୍ଦିର ପ୍ରଶାସନର ଅଧିକାରୀ ଉପସ୍ଥିତ । କାର୍ତ୍ତିକ ମାସ ନୀତି ନିର୍ଘଣ୍ଟକୁ ବୈଠକରେ ଅନୁମୋଦନ ହୋଇଛି । ଅକ୍ଟୋବର ୨୨ ତାରିଖରୁ ନଭେମ୍ବର ୨୪ ଯାଏଁ ଅନୁଷ୍ଠିତ ହେବ ମହାପ୍ରଭୁଙ୍କ ସ୍ବତନ୍ତ୍ର ବାଳଧୂପ ନୀତି ।

Spread the love

Leave a Reply

Your email address will not be published. Required fields are marked *