ସୁନା ଇଟା ଲୋଭ ଦେଖାଇ ଲୁଟିନେଲେ, ୬ ଅଭିଯୁକ୍ତ ଗିରଫ

ବାଲେଶ୍ବର : ବାଲେଶ୍ବର ନୀଳଗିରିରେ ସୁନା ଇଟା ଦେବାର ଲୋଭ ଦେଖାଇ ଚାରି ଲକ୍ଷ ଠକେଇ ଅଭିଯୋଗ । ଈଶ୍ବରପୁର ଫାଣ୍ଡି ଅଞ୍ଚଳରୁ ୬ ଜଣ ଗିରଫ । ଅଭିଯୁକ୍ତଙ୍କ ଠାରୁ ୩ ଲକ୍ଷ ଟଙ୍କା, ୫ଟି ମୋବାଇଲ ଫୋନ, ୨ ବାଇକ୍ ଜବତ । ଠକାମୀର ଶିକାର ହୋଇଥିବା ବ୍ୟକ୍ତି ଜଣକ ପୁରୀ ଅଞ୍ଚଳର ବୋଲି ଜଣାପଡିଛି । ବାଲେଶ୍ବର ଜିଲ୍ଲା ନୀଳଗିରି ସନ୍ତରାଗଡିଆ ଅଂଚଳକୁ ସୁନା ଇଟା ନେବାକୁ ଆସିଥିଲେ ବ୍ୟକ୍ତି ଜଣକ । କିନ୍ତୁ ସୁନା ଇଟା ମିଳିନଥିଲା । ତେବେ ସୁନା ଇଟା ଡିଲ ଚାଲିଥିବା ବେଳେ ମାଡ଼ି ବସିଥିଲା ନୀଳଗିରି ପୋଲିସ । ଏହା ସହ ୬ ଜଣଙ୍କୁ ଗିରଫ କରାଯାଇଛି । ଅଭିଯୁକ୍ତଙ୍କ ଠାରୁ ପ୍ରାୟ ୩ ଲକ୍ଷ , ୫ଟି ମୋବାଇଲ, ଓ ଦୁଇଟ ବାଇକ୍ ଜବତ ହୋଇଛି ।

Spread the love